ମିକା ନା ନେବାରୁ ଭିସା କ୍ୟାନସେଲ
ବିଦେଶ ବୁଲିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ନିଜ ଜମା ପୁଞ୍ଜିରେ ବୁଲା ବୁଲି କରି ଆସିଲେ ମାଇଣ୍ଡ ଫ୍ରେସ୍ ହୋଇଯାଏ । କାମରେ ପୁଣି ମନ ଲାଗେ । ସେଥିପାଇଁ ଦିଲ୍ଲୀର ଏହି ଯୁବକ ସବୁକିଛି ଠିକ୍ କରିସାରିଥିଲେ । ସେଭିଂସ୍ କରି ବିଦେଶ ବୁଲିବାକୁ ପ୍ଲାନ୍ କରିଥିଲେ । କାମରୁ ଛୁଟି ବି ଆଣିସାରିଥିଲେ । ଭିସା ମଧ୍ୟ ଆପ୍ଲାଏ କରିସାରିଥିଲେ । ହେଲେ ମାତ୍ର 40 ସେକେଣ୍ଡ୍ ରେ ତାଙ୍କର ଭିସା ରିଜେକ୍ଟ ହୋଇଯାଇଥିଲା । ତା’ର କାରଣ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ସବୁକିଛି ଠିକ୍ ଥିଲା କେବଳ ଗର୍ଲ ଫ୍ରେଣ୍ଡ୍ ବା ପ୍ରେମିକାଙ୍କ ନାଁ ନେବାରୁ 40 ସେକେଣ୍ଡରେ ଭିସା କ୍ୟାନସଲ ହୋଇଗଲା । ଯୁବକଙ୍କ କହିବାନୁଯାୟୀ, ଆମେରିକାରେ ଦୁଇ ସପ୍ତାହ ବିତାଇବା ପାଇଁ ସେ ଛୁଟି ନେଇଥିଲେ । କେଉଁ କେଉଁ ଜାଗା ବୁଲିବେ ତାହାର ବି ଲିଷ୍ଟ କରିସାରିଥିଲେ । ସେଥିପାଇଁ ସେ B-1,B-2 ଟୁରିଷ୍ଟ ଭିସା ପାଇଁ ଦିଲ୍ଲୀ ସ୍ଥିତ ଆମେରିକା ଏମ୍ବାସି ପହଞ୍ଚିଥିଲେ ।
ସେଠାରେ ସେ ଇଣ୍ଟରଭ୍ୟୁରେ ବସିଥିଲେ । ତାଙ୍କୁ ପ୍ରଥମ ପ୍ରଶ୍ନ ପଚରାଯାଇଥିଲା ଯେ ଆପଣ ଆମେରିକା କାହିଁକି ଯିବାକୁ ଚାହୁଁଛନ୍ତି । କଣ ଆପଣଙ୍କର ଆମେରିକାରେ କେହି ସାଙ୍ଗ କିମ୍ବା ବନ୍ଧୁବାନ୍ଧବ ଅଛନ୍ତି । ଯୁବକ ଜଣଙ୍କ କହିଥିଲେ ମୁଁ ବୁଲିବାକୁ ଯିବାକୁ ଚାହୁଁଛି । ଏବେ ଯାଏଁ ଭାରତ ବାହାରକୁ କେବେ ଯାତ୍ରା କରିନି । ଆଉ ଆମେରିକାରେ ମୋର ଗର୍ଲଫ୍ରେଣ୍ଡ୍ ଅଛି ଯାହାକୁ ଦେଖା କରିବାକୁ ପ୍ଲାନ୍ ଅଛି ।
ବାସ୍ ଏତିକି କହିଛନ୍ତି, ଯୁବକଙ୍କ କହିବାନୁଯାୟୀ ଯେତେବେଳେ ସେ ଗର୍ଲ ଫ୍ରେଣ୍ଡ୍ ର ନାଁ ନେଇଥିଲେ ଭିସା ଅଧିକାରୀ ବିନା କୌଣସି ପ୍ରଶ୍ନ କରି ସଙ୍ଗେ ସଙ୍ଗେ ତାଙ୍କୁ ଭିସା ସକ୍ସନ୍ 214(b)ର ରିଜେକ୍ସନ୍ ସ୍ଲିପ୍ ଧରାଇଦେଲେ । ଯୁବକଙ୍କ କହିବାନୁଯାୟୀ ସେ ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇଥିଲେ । ହେଲେ ଏହାପରେ ବି ତାଙ୍କ ଭିସା ରିଜେକ୍ଟ କରିଦିଆଯାଇଥିଲା ।
ଭିସା ସକ୍ସନ୍ 214(b) କ’ଣ ?
ଆମେରିକା ଭିସା କାନୁନର ସେକ୍ସନ 214(b) ଅନୁଯାୟୀ, ଯଦି ଆଧିକାରୀଙ୍କୁ ଏହା ଲାଗେ ଯେ ଆବେଦକ ଆମେରିକା ଗଲା ପରେ ଆଉ ଫେରିବେ ନାହିଁ, ଅଥବା ତାଙ୍କର ଦେଶରେ ପାରିବାରିକ, ସାମାଜିକ ଓ ଆର୍ଥିକ ସଂପର୍କ ନାହିଁ ତେବେ ସେ ଭିସା ଦେବା ପାଇଁ ମନା କରିପାରିବେ ।