ରାତି ଅଧରେ ଘରେ ପଶିଲେ ଦୁର୍ବତ୍ତୁ , କେହି କୁଆଡେ ନଥିବାର ଦେଖି ଆରମ୍ଭ କଲେ ଗୁଳି ମାଡ…
ଗତ କାଲି ରାତିରେ ଘଟି ଯାଇଛି ଏକ ବଡ ଧରଣର ଘଟଣା । ଦୁଇ ଛୋଟ ଛୁଆ ଘରେ ଶୋଇଥିବାର ଦେଖି ପଶି ଯାଇଥିଲେ ଦୁର୍ବତ୍ତ । ଆରମ୍ଭ କରି ଦେଇଥିଲେ ଗୁଳି ମାଡ । ସମୟ ରାତି ଦଶଟା । ବାପା କାଠ କରିବାକୁ ୟାଇଥିବା ବେଳେ ଘରେ ଦୁଇ ଛୁଆ ଶୋଇଥିଲେ । ଏତିକି ବେଳେ ମଉକା ଦେଖି କେହି ଘରେ ଭିତରେ ପଶି ଏଭଳି କାଣ୍ଡ ଘଟାଇ ଦେଇଛି । ତେବେ ଗତ କାଲି ରାତିରୁ ଆଜି ରାତି ହେବାକୁ ବସିଲାଣି ଏପର୍ଯ୍ୟନ୍ତ ସତ୍ୟତା ଧରା ପଡି ନାହିଁ । ଆମେ କହୁଛୁ ଗତ କାଲିର ଗଟଣା କଥା । ଗତ କାଲି ରାତି ଦ ଶଟା ସମୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ଥାନା ଅଧିନସ୍ଥ ଭାଙ୍ଗମୁଣ୍ଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘଟିଲା ଗୁଳିକାଣ୍ଡ । ଗୁଳିକାଣ୍ଡରେ ଭାଙ୍ଗମୁଣ୍ଡା ଗ୍ରାମର ପ୍ରଫୁଲ୍ଲ ମିର୍ଧା ଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ମେଡିକାଲକୁ ନିଆଯାଇଥିବା ବେଳେ ଝିଅ ଯାଜ୍ଞସେନୀ ମିର୍ଧାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ SCB କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ଝିଅର ପରିସ୍ଥିତି ଦେଖି ଠିକ୍ ଠାକ୍ ରହିଥିବା ବେଳେ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଛି ।