• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

BSNL ଆଣିଛି ନିଜ ଗ୍ରାହକ ପାଇଁ ମାନଙ୍କ ପାଇଁ ଶସ୍ତା ପ୍ଲାନ

ByOdishri Khabar

Apr 28, 2025
Spread the love

ମୋବାଇଲ୍ ଫୋନ୍ ବିନା କିଛି ଘଣ୍ଟା ମଧ୍ୟ ବଞ୍ଚିପାରନ୍ତି ନାହିଁ । କିନ୍ତୁ ଯଦି ମୋବାଇଲରେ କୌଣସି ରିଚାର୍ଜ ପ୍ଲାନ୍ ନାହିଁ, ତେବେ ଏହା ଆମ ପାଇଁ କିଛି ଲାଭଦାୟକ ହେବନାହିଁ । କିଛି ବର୍ଷ ପୂର୍ବେ, ରିଚାର୍ଜ ପ୍ଲାନରେ ମୂଲ୍ୟ ଆଜି ତୁଳନାରେ ବହୁତ୍ କମ୍ ଥିଲା । କିନ୍ତୁ ଏବେ ରିଚାର୍ଜ ପ୍ଲାନ୍ ଏତେ ମହଙ୍ଗା ହୋଇଗଲାଣି ଯେ ପ୍ରତି ମାସରେ ଏକ ନୂଆ ପ୍ଲାନ୍ ନେବା ବହୁତ୍ କଷ୍ଟକର ହୋଇଗଲାଣି । ହେଲେ ସରକାରୀ କମ୍ପାନୀ BSNL ଦ୍ବାରା ଏହି ସମସ୍ୟାକୁ ହ୍ରାସ କରାଯାଇଛି ।

ଛୋଟ ରିଚାର୍ଜ ପ୍ଲାନ୍ ପାଇଁ ପ୍ରାଇଭେଟ୍ କମ୍ପାନୀଗୁଡିକ ବିପୁଳ ପରିମାଣରେ ଟଙ୍କା ନେଉଥିବା ବେଳେ, BSNL ଏହାର ୟୁଜର୍ସମାନଙ୍କୁ ସର୍ବନିମ୍ନ ମୂଲ୍ୟରେ ଅଧିକ ବେନିଫିଟ୍ସ ଯୋଗାଇ ଦେଉଛି । ଆଜି ମଧ୍ୟ BSNL ବର୍ଷ ବର୍ଷ ଧରି ପୁରୁଣା ମୂଲ୍ୟରେ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି । ଖାସ୍ କଥା ହେଉଛି ଯେ BSNL ତାର ୟୁଜର୍ସମାନଙ୍କୁ ଆଫର୍ଡେବଲ୍ ପ୍ରାଇସରେ ପ୍ଲାନ୍ ଯୋଗାଇବା ଜାରି ରଖିବ ।

ଏଥି ସହ ୟୁଜର୍ସମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ କମ୍ପାନୀ କେବଳ ଶସ୍ତ ପ୍ଲାନ୍ ଉପସ୍ଥାପନ କରିନାହିଁ ବରଂ ନେଟୱାର୍କକୁ ଅଧିକ 4G ସ୍ପିଡରେ ଅପଗ୍ରେଡକ ମଧ୍ୟ କରୁଛି । BSNL ଦ୍ବାରା ଲଗାତାର 4G ନେଟୱାର୍କ ଇଷ୍ଟଲ୍ କରାଯାଉଛି । କମ୍ପାନୀ ଜୁନ୍ ୨୦୨୫ ସୁଦ୍ଧା ଏକ ଲକ୍ଷ 4G ଟାୱାର୍ ସ୍ଥାପନ କରିବ । ଏହି ସମୟରେ BSNL ଏକ ସୁଲଭ ପ୍ଲାନ୍ ପ୍ରଚଳନ କରିଛି ଯାହା ମହଙ୍ଗା ପ୍ଲାନର ଟେନସନକୁ ଦୂର କରିବ ।

ସରକାରୀ କମ୍ପାନୀ ଏହାର ମାଇକ୍ରୋବ୍ଲଗିଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି ଏହାର ଲାଟେଷ୍ଟ ରିଚାର୍ଜ ପ୍ଲାନ୍ ବିଷୟରେ ସୂଚନା ଦେିଛି । ଏଥି ସହ BSNL ଏହାର ପୋର୍ଟଫୋଲିଓରେ ୯୯୭ ଟଙ୍କାର ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଆଡ୍ କରିଛି । ଏହି ପ୍ଲାନରେ କମ୍ପାନୀ ଏହାର କୋଟି କୋଟି ୟୁଜର୍ସଙ୍କ ପାଇଁ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଫ୍ରି କଲିଂ ସହିତ, ୟୁଜର୍ସମାନେ ସମସ୍ତ ନେଟୱାର୍କ ପାଇଁ ପ୍ରତିଦିନ ୧୦୦ଟି ଫ୍ରି SMS ମଧ୍ୟ ପାଆନ୍ତି ।

BSNL ର ସବୁଠାରୁ କମ୍ ଖର୍ଚ୍ଚୀ ପ୍ଲାନରେ ଉପଲବ୍ଧ ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ, କମ୍ପାନୀ ୧୬୦ ଦିନ ପାଇଁ ମୋଟ୍ ୩୨୦GB ଡାଟା ଦେଉଛି । ଏଥି ସହ ଆପଣ ପ୍ରତିଦିନ ୨GB ହାଇ ସ୍ପିହ୍ ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ । ଅର୍ଥାତ୍ ଏହି ପ୍ଲାନ୍ ସେୟି ୟୁଜର୍ସମାନଙ୍କ ପାଇଁ ବେଷ୍ଟ ହେବ, ଯେଉଁମାନେ କମ୍ ମୂଲ୍ୟରେ ଅଧିକ ଡାଟା ଚାହାଁନ୍ତି । ଯଦି ଆପଣ ଏହି ପ୍ଲାନରେ ଲାଭ ଉଠାଇବାକୁ ଚାହିଁଛନ୍ତି, ତେବେ ଆପଣ ଏହାକୁ BSNL ର ଅଫିସିଆଲ୍ ୱେବସାଇଟ୍ ଏବଂ BSNL Self Care App ରୁ ମଧ୍ୟ ପାଇପାରିବେ ।

Leave a Reply

Your email address will not be published. Required fields are marked *