• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଏଟିମ ରେ ପଇସା ଉଠେଇଲେ ଡବଲ ଟାକ୍ସ

ByOdishri Khabar

Apr 28, 2025
Spread the love

ଯେଉଁମାନେ ଅର୍ଥ ଉଠାଇବା ପାଇଁ ଏଟିଏମର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଜରୁରୀ ଖବର । ଆସନ୍ତା ମାସ ୧ ତାରିଖରୁ ଏଟିଏମ ନିୟମ ବଦଳିବାକୁ ଯାଉଛି ଉଛି । ଏହାଫଳରେ ଗ୍ରାହକଙ୍କୁ ଅଧୂକ ଟଙ୍କା ଗଣିବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫ ତରଫରୁ ନ୍ୟାସନାଲ ପେମେଣ୍ଟ ମଣ୍ଡସ କର୍ପୋରେସନ (ଏନପିସିଆଇ)ର ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ । ଅନ୍ୟ ବ୍ୟାଙ୍କର ଏଟିଏମରୁ ଅର୍ଥ ଉଠାଇବା ଏବେ ମହଙ୍ଗା ହୋଇଯିବ ।

ପରେ ମେ ୧ ତାରିଖରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ซน์ ଉଠାଇଲେ ଅଧୂକ ଚାର୍ଜ ଦେବାକୁ ପଡ଼ିବ । ପୂର୍ବରୁ ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥ‌ିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ । ଏସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ଯ ୭ ଟଙ୍କାରୁ ବଢ଼ି ୯ ଟଙ୍କା କ କରାଯାଇଛି । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ମାସକରେ ମେଟ୍ରୋ ସହରରେ ୫ ଥର ଲିମିଟ ଦେଉଥ‌ିବା ବେଳେ ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ଦେଇଥାଏ । ଏହାଠାରୁ ଅଧିକ ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ଏହି ଚାର୍ଜ ବଢ଼ିବ? ଏଟିଏମ୍ ଚାର୍ଜ ବଢ଼ିବାର କାରଣ ହେଉଛି, ଏଟିଏମ ନେଟଓ୍ବାର୍କ ଅପରେଟର ଓ ହ୍ବାଇଟ ଲେବଲ ଏଟିଏମ କମ୍ପାନୀଙ୍କ ତରଫରୁ ଇଣ୍ଟରଚେଞ୍ଜ ଫିସ୍ ବୃଦ୍ଧି ପାଇଁ ଦାବି କରିବା । ସେମାନଙ୍କର ମେଣ୍ଟେନାନ୍ସ ଓ ଅପରେସନ ଖର୍ଚ୍ଚ ପୂର୍ବାପେକ୍ଷା ବଢ଼ିଯାଇଥିଲା । ଏପରି ସ୍ଥିତିରେ ଏନପିସିଆଇ ଏହି ଦାବିକୁ ଆରବିଆଇ ନିକଟରେ ଉପସ୍ଥାପନ କରିଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଯେଉଁମାନେ ଅନ୍ୟ ବ୍ୟାଙ୍କର ଏଟିଏମ ଉପରେ ଅଧିକ ନିର୍ଭର କରୁଥିଲେ, ଏବେ ସେମାନେ ବେଶି ପ୍ରଭାବିତ ହେବେ ।

Leave a Reply

Your email address will not be published. Required fields are marked *