• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି

ByOdishri Khabar

Apr 28, 2025
Spread the love

ଗୋଟିଏ ଦିନରେ ଆଜି ରାଜ୍ୟ ଲୋକସେବା ଆୟୋଗ OPSC ଏବଂ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ OSSC ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି । ତ୍ରୁଟି ସ୍ବୀକାର କରିଛନ୍ତି OPSC କର୍ତ୍ତୃପକ୍ଷ । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି
ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ ଜାରି କରିଛନ୍ତି । ଆଜି OCS ମେନ୍‌-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ଥିଲା । ପୂର୍ବାହ୍ନ ୯ଟାରୁ ୧୨ଟା ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ଥିଲା । ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି । ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳିଛି । ତେବେ ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସେହିପରି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପରୀକ୍ଷାରେ ମଧ୍ୟ ବଡ଼ ତ୍ରୁଟି ଦେଖାଯାଇଛି । ଆଜି ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲ୍ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ । ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ଦେଖାଯାଇଥିଲେ । ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ କର୍ତ୍ତୃପକ୍ଷ ତ୍ରୁଟି ସ୍ବୀକାର କରିଛନ୍ତି । ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଛନ୍ତି । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି । ଆସନ୍ତା ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ କରିଛନ୍ତି |

Leave a Reply

Your email address will not be published. Required fields are marked *