• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଇପିଏଲ୍ର ଚଳିତ ସଂସ୍କରଣ ସ୍ଥଗିତ ରଖାଯାଇପାରେ

ByOdishri Khabar

May 9, 2025
Spread the love

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଉତ୍ପନ ହୋଇଛି। ପାକିସ୍ତାନ ଭାରତ ଉପରେ ହମଲା କରିଥିବା ଏହାର ପାଲଟା ଜବାବ ଦେଇଛନ୍ତି ଭାରତୀୟ ସେନା। ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଚଳିତ ସଂସ୍କରଣ ସ୍ଥଗିତ ରଖାଯାଇପାରେ। ଏହାକୁ ନେଇ ବିସିସିଆଇର ବୈଠକ ଜାରି ରହିଛି। ବିଦେଶୀ ଖେଳାଳିଙ୍କୁ ସ୍ଵଦେଶ ପଠାଇବା ବିସିସିଆଇ ପ୍ରଥମ ପ୍ରାଥମିକତା ରହିଛି।ପାକିସ୍ତାନର ହମଲା ମଧ୍ୟରେ ଧର୍ମଶାଳାରେ ଆଇପିଏଲ୍ ମ୍ୟାଚ୍ ରଦ୍ଦ କରାଯାଇଛି। ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିଲା। ଧର୍ମଶାଳା ଷ୍ଟାଡିୟମକୁ ଖାଲି କରାଯାଇଛି। ଖେଳାଳିଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ଵତନ୍ତ୍ର ଟ୍ରେନ ଚଲା ଯାଇଛି। ବିସିସିଆଇ ଖେଳାଳି ଓ ସହଯୋଗୀ ଷ୍ଟାଫଙ୍କୁ ପ୍ରାଥମିକତା ଆଧାରରେ ଦିଲ୍ଲୀ ଆଣିବା ପାଇଁ ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା କରାଯାଇଛି।ବିସିସିଆଇ ସଚିବ ଦେବଜିତ ସୈକିଆ କହିଛନ୍ତି, ସବୁ କିଛି ଧ୍ୟାନରେ ରଖି ଆମେ ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ଏବେ ପରିସ୍ଥିତି ଠିକ୍ ନାହିଁ, ଏଥିପାଇଁ ମେ ୮ ମ୍ୟାଚ୍କୁ ରଦ୍ଦ କରାଯାଇଛି। ପଡ଼ୋଶୀ ଦେଶ ପରିସ୍ଥିତି ଖରାପ କରିବାକୁ ଉଦ୍ୟମ କରୁଛି। ଖେଳାଳି, ଦର୍ଶକ ଓ ସହଯୋଗୀ ଷ୍ଟାଫଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା।ଆମେ ତାହା ସବୁ କରିବୁ ଯାହା ରାଷ୍ଟ୍ରର ସର୍ବୋଚ୍ଚ ହିତ ପାଇଁ ଜରୁରୀ। ଆମେ ସ୍ଥିତି ଉପରେ ନଜର ରଖିଛୁ ଏବଂ ଏହା ଅନୁସାରେ ନିଷ୍ପତ୍ତି ନେବୁ।

ଜମ୍ମୁ ଓ ପଞ୍ଜାବରେ ଅନେକ ସ୍ଥାନରେ ପାକିସ୍ତାନର ଆକ୍ରମଣକୁ ଭାରତୀୟ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ ବିଫଳ କରିଛି। ଭାରତୀୟ ସେନାର ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ପାକିସ୍ତାନର ୮ ମିସାଇଲକୁ ଆକାଶ ମାର୍ଗରେ ମାରି ନଷ୍ଟ କରି ଦେଇଛି। ସେନା ସୂତ୍ର ଅନୁଯାୟୀ, ଏହି ମିସାଇଲର ଟାର୍ଗେଟ୍ରେ ଜମ୍ମୁର ଏୟାରଷ୍ଟ୍ରିପ୍ ରହିଥିଲା। ମାତ୍ର ସଠିକ ସମୟରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ମିସାଇଲକୁ ନିଷ୍ପ୍ରଭ କରିଛି। ଏହି ସମୟରେ ଏସ-୪୦୦ ପାକିସ୍ତାନର ତିନୋଟି ଏଫ-୧୬ ଜେଟ୍କୁ ମାରି ଖସାଇ ଦେଇଛି।

Leave a Reply

Your email address will not be published. Required fields are marked *