• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

୪_ଘଣ୍ଟା_ନପୁରୁଣୁ_ପାକିସ୍ତାନ_କଲା_ଅସ୍ତ୍ର_ବିରତି_ଉଲଂଘନ

ByOdishri Khabar

May 11, 2025
Spread the love

ଜମ୍ମୁକଶ୍ମୀରର ରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା । ତେବେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ଜବାବ ଦିଆଯାଉଛି । ମୁହଁତୋଡ ଜବାବ । ତେବେ ଏହାରି ଭିତରେ ବିଳମ୍ବିତ ରାତିରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ । ଅସ୍ତ୍ରବିରତି ପରେ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘ଆମେ ବିଶ୍ୱକୁ ସ୍ପଷ୍ଟ କରିଦେଇଛ ଯେ ପାକିସ୍ତାନ ଏକ ସ୍ବାଭିମାନୀ ରାଷ୍ଟ୍ର। ଆମର ସମ୍ମାନ ଏବଂ ସାହସ ଆମ ପାଇଁ ଆମ ଜୀବନ ଅପେକ୍ଷା ଅଧିକ ପ୍ରିୟ। ଯଦି କେହି ସେମାନଙ୍କୁ ଚ୍ୟାଲେଞ୍ଜ କରେ, ତେବେ ଆମେ ଆମ ଭୂମିକୁ ସୁରକ୍ଷା ଦେବା ପାଇଁ ଏକ ଲୁହା ପ୍ରାଚୀର ଭାବେ ଦୃଢ ରହୁ।

ଶେହବାଜ ଆହୁରି କହିଛନ୍ତି ଯେ, ପାକିସ୍ତାନ ସେନା ‘କିଛି ଘଣ୍ଟା’ ମଧ୍ୟରେ ଭାରତୀୟ ସାମରିକ ଘାଟିଗୁଡ଼ିକୁ ନୀରବ କରିଦେଇଥିଲା। ଏହାକୁ ଇତିହାସ ସର୍ବଦା ମନେ ରଖିବ। ଶତ୍ରୁପକ୍ଷର ସାମରିକ ଡିପୋ, ଗୋଳାବାରୁଦ ସଂରକ୍ଷଣ ସ୍ଥାନ ଏବଂ ବିମାନ ଘାଟି ଧ୍ୱଂସାବଶେଷ ହୋଇଯାଇଥିଲା। ସେହିପରି ସାମରିକ ପ୍ରତିଷ୍ଠାନ ଏବଂ ଜଳଭଣ୍ଡାର ଉପରେ ଭାରତର ବିଫଳ ଆକ୍ରମଣ ପରେ ଏହାର ଜବାବ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଆମେ ଶତ୍ରୁକୁ ଏପରି ଭାଷାରେ ଜବାବ ଦେବାକୁ ନିଷ୍ପତ୍ତି ନେଇଛୁ ଯାହା ସେ ଭଲ ଭାବରେ ବୁଝିପାରେ। ଆମେ ସ୍ପଷ୍ଟ କରିଦେଇଛୁ ଯେ ଟେବୁଲରେ ହେବାକୁ ଥିବା ବୈଠକଗୁଡ଼ିକ ଏବେ ଯୁଦ୍ଧକ୍ଷେତ୍ରରେ ଅନୁଷ୍ଠିତ ହେବ। କିନ୍ତୁ ଭାରତ ତା’ର ଅହଂକାରରେ ଆମର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିବାକୁ ବିଫଳ ଚେଷ୍ଟା କରିଛି। ଡ୍ରୋନ ଏବଂ କ୍ଷେପଣାସ୍ତ୍ର ମାଧ୍ୟମରେ ନିରୀହ ଲୋକ, ମସଜିଦ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଥିଲା ଏବଂ ଆମର ଧର୍ଯ୍ୟ ପରୀକ୍ଷା ହୋଇଥିଲା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *