• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

କିଛି ଦିନ ପରେ ଥରିବ ସାରା ଓଡିଶା

Spread the love

ବଡ ଦିନ ହେବା ମାତ୍ରେ ଦିନ ବଡ ହେବା ସହ ରାତି ଛୋଟ ହୋଇଥାଏ । ଅର୍ଥାତ ନଭେମ୍ୱର ମାସରେ ହେଉଥିବା ଶୀତ ଧିରେ ଧିରେ କମ ହୋଇଥାଏ । ହେଲେ ଏଥର ହୋଇଥିବା ବର୍ଷା ପାଇଁ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖା ଦେଇଛି । ଏଥରର ବର୍ଷା ରାଜ୍ୟରେ ଫସଲ ଉଜାଡିବା ସହ ଶୀତର ମାତ୍ରା ମଧ୍ୟ ବଢାଇ ଦେଇଛି । ଯାହାଫଳରେ ବର୍ତ୍ତମାନ ହନ୍ତସନ୍ତ ରାଜ୍ୟ ବାସୀ । ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ ବଢ଼ିବ। ରାଜ୍ୟର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ ଜାନୁଆରି ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସେହିପରି ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳରେ ତାପମାତ୍ରା ୧୧ ଡିଗ୍ରି ରହିବାର ସମ୍ଭାବନା ରହିଛି।ସେହିପରି କଟକର ତାପମାତ୍ରା ୧୪ ଡିଗ୍ରି, ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍‌ ରହିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଜାନୁଆରି ୩ ତାରିଖଠାରୁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଜାନୁୟାରି ୩ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରହିବାର ସମ୍ଭାବନା ଥିବାବେଳେ ରାଉରକେଲାର ତାପମାତ୍ରା ୧୧ ଡିଗ୍ରି ରହିବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *