• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଧାୟକଙ୍କ ବିରୁଦ୍ଧରେ ଗର୍ଜିଲା ମାଣିକେଶ୍ଵରୀ ବିକାଶ ପରିଷଦ

ByOdishri Khabar

Jun 13, 2025
Spread the love

ଦୀର୍ଘ ୪ ମାସ ହେଲା ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ହେମଗିର ତହସିଲର ବରପାଲି ରେଳ ସାଇଡିଂକୁ ବିରୋଧ କରି କୋଇଲା ପରିବହନକୁ ବିରୋଧ କରୁଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ। ହେଲେ ବରପାଲି ଗାଁ ରେ ରେଳ ସାଇଡିଂ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଆଜି ହେମଗିରି ବ୍ଲକ କାର୍ଯ୍ୟାଳୟ ନିକଟରେ ଶତାଧିକ ହେମଗିରି ବାସିନ୍ଦା ଏକତ୍ରିତ ହୋଇ ବରପାଲି ରେଳ ସାଇଡିଂକୁ ସମର୍ଥନ ଜଣାଇବା ସହ ସୁନ୍ଦରଗଡ ବିଧାୟକ ଜୋଗେଶ ସିଂଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ମାଣିକେଶ୍ଵରୀ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି ସଭାରେ ଶହ ଶହ ସଂଖ୍ୟାରେ ହେମଗିରି ବାସିନ୍ଦା ଯୋଗ ଦେଇଥିଲେ।
ମାଣିକେଶ୍ଵରୀ ବିକାଶ ପରିଷଦ ପକ୍ଷରୁ ଏକ ଲିଫଲେଟ ଜାରି କରାଯାଇ ଯୋଗେଶ ସିଂଙ୍କ ବିକାଶ ବିରୋଧୀ ମନୋଭାବ ଉପରେ ପ୍ରଶ୍ନ କରାଯାଇଛି। ଲିଫ ଲେଟରେ ଲେଖାଯାଇଛି ଯେ ଯଦି ହେମଗିର ବ୍ଲକରେ କୋଇଲା ସାଇଡିଂ ସ୍ଥାପନ ହେଲେ ପରିବେଶ ପ୍ରଦୁଷଣ ହେବା ସହ ଶହ ଶହ ଟ୍ରକ ଗ୍ରାମାଞ୍ଚଳ ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ଭାରୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ କୋଇଲା ସାଇଡିଂ ପାଇଁ ଯୁବ ଟ୍ରକ ବ୍ୟବସାୟୀ ମାନେ ତାଙ୍କର ଜୀବିକା ହରାଇବାର ମଧ୍ଯ ସମ୍ଭାବନା ଅଛି ।

ଅନ୍ୟପଟେ ଯୋଗେଶ କେବଳ ବରପାଲି ରେଲୱେ ସାଇଡିଂକୁ ବିରୋଧ କରୁଥିବା ବେଳେ ପୂର୍ବରୁ ହେମଗିର ବ୍ଳକରେ ଥିବା ଅନ୍ୟ ୪ଟି ସାଇଡିଂ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଛନ୍ତି କି ବୋଲି ପ୍ରଶ୍ନ କରିଛି ଏହି ସଙ୍ଗଠନ।

ଏହାଛଡ଼ା ଜୁଲୁମ ବାହାଲ ନିକଟସ୍ଥ ଖଜୁର ବାହାଲ ଠାରେ ଝାରଖଣ୍ଡର ଏକ କମ୍ପାନୀ କୋଇଲା ସାଇଡିଂ କରିବା ଉଦ୍ଦେଶ୍ୟରେ ଆୟୋଜିତ ଗ୍ରାମସଭାରେ ବିଧାୟକ ଯୋଗ ନ ଦେବା, ଯୋଗେଶଙ୍କ ସମର୍ଥକ ମାନେ କମ୍ପାନୀର କୋଇଲା ସାଇଡିଂ ସପକ୍ଷରେ ଗ୍ରାମସଭାରେ ପ୍ରସ୍ତାବ ଦେବା,
ଜାମକାନି ଓ ବିଜାହାଏନ ଗାଁ ନିକଟରେ ଥିବା କୋଲ ମାଇନ୍ସ ଯୋଗୁଁ ଘର ଡିହ ସର୍ବସ୍ୱ ହରାଇ ଥିବା ଗ୍ରାମବାସୀ ମାନଙ୍କ ଦୁର୍ଦ୍ଦଶାକୁ ଅଣଦେଖା, ସ୍ୱର୍ଗତ ନବ ଦାସ ଓ ଯୋଗେଶ ସିଂଙ୍କ ସମୟରେ ଶହ ଶହ ଯୁବ ଟ୍ରକ ମାଲିକଙ୍କ ରୋଜଗାର ଯିବା, ସ୍ଥାନୀୟ ଯୁବକ ଯୁବତି ମାନଙ୍କର ନିଯୁକ୍ତି ପାଇଁ ସ୍ୱର ଉତ୍ତୋଳନ ନ କରିବା , ଲଇକେରା ନିକଟସ୍ଥ ଚାରପଡ଼ା ଠାରେ ସଂରକ୍ଷିତ ଜଙ୍ଗଲରୁ ଶହଶହ ମୂଲ୍ୟବାନ ଗଛ କଟାଯିବାକୁ ମୌନ ସମର୍ଥନ, ହେମଗିର ଜଙ୍ଗଲ ମଧ୍ୟରୁ ବେଆଇନ ଭାବେ ବ୍ୟାପକ କୋଇଲା ଚୋରୀ ସମ୍ପର୍କରେ କେବଳ ସିବିଆଇ ତଦନ୍ତ ଦାବୀ କରି ପରେ ଦାବି ନିରବ ରହିବା, ଝାରସୁଗୁଡ଼ାର ବିଭିନ୍ନ କଳକାରଖାନା ତଥା ସୁନ୍ଦରଗଡର ଏନଟିପିସି ପାୱାର ପ୍ଲାଣ୍ଟରୁ ଫ୍ଲାଏ ଆସ ଡମ୍ପିଂ ପ୍ରତି ନୀରବଦ୍ରଷ୍ଟା ସାଜିବା, ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ମଦ ବିରୋଧୀ ଆନ୍ଦୋଳନକୁ ସମର୍ଥନ ନ ଦେବାକୁ ନେଇ ପ୍ରଶ୍ନ କରିଛି ମା ମାଣିକେଶ୍ଵରୀ ବିକାଶ ପରିଷଦ। ହେମଗିରି ସ୍ଥିତ ବରପାଲି କୋଇଲା ସାଇଡିଂକୁ ବିରୋଧ କରିବା ପଛରେ ଯୋଗେଶଙ୍କ କିଛି ନ୍ୟସ୍ତ ସ୍ୱାର୍ଥ ରହିଛି ବୋଲି ଅଭିଯୋଗ କରିଛି ଏହି ପରିଷଦ।

Leave a Reply

Your email address will not be published. Required fields are marked *