• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭଦ୍ରକ ପୋଲିସକୁ ବଡ ସଫଳତା

Spread the love

ଭଦ୍ରକ ଚରମ୍ପା ଗୁଣ୍ଠୁଣିଆ ବଜାରରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବ୍ରାଉନ ସୁଗାର କାରବାର କରି ଆସୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି ।
ଗିରଫ ଦୁଇ ଭାଇ ହେଲେ କାହୁଁ ନାୟକ ଓ କାଳିଆ ନାୟକ । ଦୁଇ ଭାଇ ବ୍ରାଉନ ସୁଗାର କାରବାର କରୁଥିବା ବେଳେ ସବୁ ସମୟରେ ପୋଲିସକୁ ଚକମା ଦେଇ ଖସି ଯାଉଥିବା ବେଳେ ଗତକାଲି ରାତିରେ ଦୁଇ ଭାଇ ବ୍ରାଉନ ସୁଗାର ଧରି ବେପାର କରିବାକୁ ଆସୁଥିବା ବେଳେ ଭଦ୍ରକ ସ୍ପେଶାଲ ସ୍କ୍ୱାର୍ଡ ଦୁଇ ଜଣଙ୍କୁ ମାଡି ବସିଥିଲା ।

ପୋଲିସ ଦୁଇ ଭାଇକୁ ଖାନତଲାସ କରିବା ପରେ ସେମାନଙ୍କ ନିକଟରୁ ୯.୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷରୁ ଉର୍ଦ୍ଧ୍ବ ହେଵ ବୋଲି ସୂଚନା ଦେଇଛି ପୋଲିସ । ଗତକାଲି ଦୁଇ ଭାଇଙ୍କୁ ପୋଲିସ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଗୋଟିଏ ସ୍କୁଟି, କାର ସହ ଦୁଇଟି ମୋବାଇଲ୍ ଜବତ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୁପ ଅଭିଷେକ ବେହେରା ।

Leave a Reply

Your email address will not be published. Required fields are marked *