• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ହାତୀ ଫିଙ୍ଗି ଦେବାରୁ ଯୁବକ ଗୁରୁତର ଓ ପରେ ଅନୁଗୁଳ ମେଡିକାଲ ରେ ମୃତ

ByOdishri Khabar

Jun 15, 2025
Spread the love

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘଧରିଆ ହନୁମାନ ମନ୍ଦିର ଠାରେ ଏକ ଦୁର୍ଘଟଣା ଘଟିଯାଇଛି!ସେହି ଗ୍ରାମର ବିପିନ ଗରନାୟକ, ବୟସ -48ବର୍ଷ,ପିତା -କମଫୁ ଗରନାୟକ,ତାଙ୍କ ଗ୍ରାମଠାରୁ କିଛି ବାଟରେ ଏହି ଦୁର୍ଘଟଣା ଘଟିଥିଲା!ଗ୍ରାମ ରୁ କିଛି କାମ ଥିବାରୁ ବିପିନ ଗରନାୟକ ଆସିଥିଲେ କିନ୍ତୁ ଦଇବ ଦୁର୍ଘଟଣା ହତିଟି ଅଚାନକ ଆସି ବିପିନ କୁ ଫିଙ୍ଗି ଦେବାରୁ ସେ ଅତି ଗୁରୁତର ଥିଲେ!ଏଣୁ 108ରେ ତାଙ୍କୁ ହିନ୍ଦୋଳ ମେଡିକାଲ ପଠାଯାଇଛିକିନ୍ତୁ ଅତି ଗୁରୁତର ହେବାରୁ ଅନୁଗୁଳ ମେଡିକାଲ ପଠା ଯାଇଥିଲା!ସେହି ଅନୁଗୁଳ ମେଡିକାଲ ରେ ଡାକ୍ତର ବିପିନ ଗରନାୟକ ଙ୍କୁ ମୃତ ବୋଲି ଘୋଷଣା କରିଥିଲେ!!ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ସାମଲ ଙ୍କ ରିପୋର୍ଟ ଓଡ଼ିଶ୍ରୀ ଖବର!

Leave a Reply

Your email address will not be published. Required fields are marked *