• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରଜ ରେ ଚାଲିଗଲା ଜୀବନ

ByOdishri Khabar

Jun 16, 2025
Spread the love

ରଜ ପାଇଁ ଚଳ ଚଞ୍ଚଳ ଗାଁ ଠୁ ସହର, ଯିଏ ଯେଉଁଠି ଥିଲେ ରଜ ପାଇଁ ଗାଁ କୁ ଫେରୁଥିଲେ, କିଏ ଜାଣିଥିଲା ମୃତ୍ୟୁ ଯେମିତି ନଦୀ ମଝିରେ ଛକି ବସିଥିଲା, ଏହି କ୍ରମ ରେ ଆଜି ମଧ୍ୟାହ୍ନ୍ନ ହଠାତ ପାଗ ରେ ପରିବର୍ତ୍ତନ ଦେଖାଯିବା ସହ ପ୍ରବଳ ବେଗ ରେ ବର୍ଷା ପବନ ସହ ବିଜୁଳି ଘଡଘଡି ରେ କମ୍ପୁଥିଲା ଅଞ୍ଚଳ, ମହାକାଳପଡ଼ା ର କିଛି ଶ୍ରମିକ ପାରାଦ୍ୱୀପ ରୁ କାମଧନ୍ଦା ସାରି ଚୌ ମୁହାଁଣି ଫେରି ଘାଟ ରେ ଘରକୁ ଫେରୁଥିଲେ, ମାତ୍ର ଆଉ ତିରିଶୀ ଫୁଟ ଦୂରତା ଅତିକ୍ରମ କରିଥିଲେ ଫେରିଘାଟ ଲାଗିଥାନ୍ତା କୁଳ ରେ, ଡ଼ଙ୍ଗା ଚାଲୁଥିବା ସମୟ ରେ ହଠାତ ଡ଼ଙ୍ଗା ଉପରେ ପଡିଲା ବ୍ରଜପାତ, ଡ଼ଙ୍ଗରେ ଥିବା ପ୍ରଶାନ୍ତ ଦାସ ଓ ଦୁଷ୍ମନ୍ତ ରାଉତ ଗୁରୁତ୍ତର ହୋଇ ପଡ଼ିଥିଲେ, ଡ଼ଙ୍ଗା କୁଳ ରେ ପହଂଚିବା ପରେ ଗୁରୁତ୍ତର ଦୁଇ ଜଣ କୁ ମହାକାଳପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଅଣା ଯାଇଥିଲା, ତେବେ ସେଠାରେ ପ୍ରଶାନ୍ତ ଦାସ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଦୁଷ୍ମନ୍ତ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲ ଙ୍କୁ ସ୍ଥାନାନ୍ତର ହୋଇଥିବା ତାଙ୍କ ପରିବାର ପକ୍ଷ ରୁ ସୂଚନା ମିଳିଛି,ସୂଚନା ମୁତାବିକ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଂଚାୟତ ଚୌ ମୁହାଣୀଫେରି ଘାଟ ରେ ଅଘଟଣ,ତେବେ ଝଡ଼ ବର୍ଷା ସମୟ ରେ କାହିଁକି ଫେରି ଘାଟ ଚାଳକ ଡ଼ଙ୍ଗା ପାରଉତ୍ତର କଲେ ବୁଦ୍ଧିଜୀବୀ ମହଲ ରେ ଉଠିଛି ବଡ଼ ପ୍ରଶ୍ନ, ତେବେ ବ୍ରଜପାତ ରେ ପ୍ରାଣ ହରାଇ ଥିବା ପ୍ରଶାନ୍ତ ଙ୍କ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ପ୍ରଶାନ୍ତ ଙ୍କ ଅକାଳ ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି,ମୁତକ ହେଲେ ବରକଧା ପଂଚାୟତର ସାଟିଏ ବାଟି ଗାଁ ର ହୋଇଥିବା ବେଳେ ଦୁଇ ଆହତ ହେଲେ ମଙ୍ଗଳପୁର ପଂଚାୟତ ର କୁମାରପଡା ଗାଁ ର ଦୁସ୍ମନ୍ତ ରାଉତ ହୋଇଥିବା ବେଳେ ବାବାଜୀ ରାଉତ ତେନ୍ତୁଳିକନ୍ଧା ବୋଲି ଜଣା ପଡିଛି,ବେ ଆଇନୀ ଭାବେ ଚାଲୁଥିବା ଏହି ଫେରି ଘାଟ ରେ ୩୦ରୁ ଉର୍ଦ୍ଧ ଯାତ୍ରୀ ଧରି ପାରାଦ୍ୱୀପ ରୁ ଫେରୁଥିଲେ,

Leave a Reply

Your email address will not be published. Required fields are marked *