• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ

ByOdishri Khabar

Jun 16, 2025
Spread the love

ଓଡ଼ିଶାର ଗଣ ପର୍ବ ରଜ ପର୍ବ। ରଜ ଗୀତ ସାଙ୍ଗକୁ ଦୋଳି,ଭଳିକି ଭଳି ପୀଠl ରେ ଜମିଛି ରଜ ଉତ୍ସବ ।ମତୁଆଲା ଆଜି ଗାଁ ଠୁ ସହର
ପହିଲି ରଜ, ରଜ ସଂକ୍ରାନ୍ତି ରେ ଆଜି ଦ୍ୱିତୀୟ ଦିନ ରଜ ପାଳୁଛନ୍ତି ରାଜ୍ୟବାସୀ । ପ୍ରଥମ ରୁ ଶେଷ ରଜକୁ ଧୁମଧାମରେ ପାଳିବା ପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିର ମାହୋଲ ବେଶ ଜମିଛି ଆଜି । ପିଠାପଣାର ବାସ୍ନାରେ ପୁରପଲ୍ଲୀରେ ମହକୁଛି । ଏହି ଦିନକୁ ମାଟି ଓ ମୌସୁମୀର ମିଳନ ପର୍ବ ବୋଲି କୁହାଯାଏ । ସଂକ୍ରାନ୍ତିରେ ଭଗବାନଙ୍କୁ ଦର୍ଶନ କରିବା ସହ ପିଠା ଖାଇ ସଜ ହୋଇ ରଜ ମଉଜ କରିଥିଲେ ସଭିଏଁ । ଶେଷ ରଜର ସକାଳକୁ ଉତ୍ସହ ଓ ଉଦ୍ଦୀପନାର ସହ ସଭିଏଁ ସ୍ବାଗତ କରିଛନ୍ତି ।

ତିନିଦିନ ଧରି ପାଳିତ ହେଉଥ‌ିବା ଏହି ଗଣ ପର୍ବର ଆଜି ଦ୍ୱିତୀୟ ଦିନ । ସମାନ ଭାବରେ ଗାଁରୁ ନେଇ ସହର ଚଳଚଞ୍ଚଳ ହୋଇଛି । ପ୍ରତି ବର୍ଷ ଏହି ତିନିଦିନକୁ ଉତ୍କଣ୍ଠାର ସହିତ ପାଳନ କରନ୍ତି ପ୍ରତିଟି ଓଡିଆ । ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷା ପୃଥ‌ିବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ । ସମସ୍ତ କୃତି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାଏ କୃଷକଭାଇ ।
ଏହି ଅବସର ରେ ବାଲେଶ୍ୱର ଜିଲ୍ଲାର ସୋର ରେ ପ୍ରଥମ କରି ରଜ ମହୋତ୍ସବ କମିଟି ଗଠନ କରାଯାଇ ଗଣ ପର୍ବ ରଜ କୁ ଅତି ଉତ୍ସବ ମୁଖର କରି ରଜ ମହୋତ୍ସବ ପାଳନ କରାଯାଉଛି।ଏହି ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ତଥା ପାରମ୍ପରିକ ଖେଳ ତାସ , ଲୁଡୁ ,ବାଗୁଡ଼ି ,ବହୁଚୋରି ଭଳି ପାରମ୍ପରିକ କଳାକୁ ପ୍ରତିଯୋଗିତା ମାଧ୍ୟମରେ ସାମିଲ କରାଯାଇ ରଜ ମହୋତ୍ସବ ପାଳିତ ହେଉଛି।ରଜ ମହୋତ୍ସବ ରେ ସଭାପତି ତଥା ବରିଷ୍ଠ ଆଇନଜୀବି ସଞ୍ଜୟ ଦାସ, ମୁଖ୍ୟ ଅତିଥି ଭାବେ ସସ୍ମିତା ଦାସ ,ବାବୁଲି ଦାସ ପ୍ରମୁଖ କର୍ମକର୍ତ୍ତା ଏହି ମହୋତ୍ସବ ରେ ଯୋଗ ଦେଇଥିଲେ ସୋର ରୁ ରାଜେନ୍ଦ୍ର ଗିରି ଙ୍କ ରିପୋର୍ଟ ସଂସ୍କାର ଟିଭି ଓଡ଼ିଆ

Leave a Reply

Your email address will not be published. Required fields are marked *