• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନଦୀରେ ସେଲଫି ନେବା କାଳ ହେଲା

ByOdishri Khabar

Jun 17, 2025
Spread the love

ରାଉରକେଲା ସହର ସଂଲଗ୍ନ କୋଏଲ ନଦୀର ତେତେରକେଲା ଘାଟକୁ ତିନିଜଣ ସାଙ୍ଗମିଶି ଗାଧୋଇବାକୁ ଯାଇଥିବା ବେଳେ ଜନୈକ ୨୨ ବର୍ଷୀୟ ଯୁବକଙ୍କ ନଦୀରେ ବୁଡ଼ିଯାଇ ମୃତ୍ୟୁ ହୋଇଥିଲା । ତିନିଜଣ ସାଙ୍ଗ ଆଇଟିଆଇରୁ ପାସହୋଇ ଏବେ ଆରଏସପିରେ ଆପ୍ରେଣ୍ଟିସ ଟ୍ରେନିଂରେ ଯୋଗଦେଇଥିଲେ । ତେବେ ବେଦବ୍ୟାସ ଅଞ୍ଚଳର ବାସିନ୍ଦା ଆକାଶ ଦତ୍ତ ( ୨୨ ) ସେଲଫି ନେବା ସମୟରେ ଗହୀର ଭିତରକୁ ଚାଲିଯିବା ପରେ ଆଉ ଫେରି ନ ପାରି ଶେଷରେ ମୃତ୍ୟୁକୁ ଆଦରି ନେଇଥିଲେ । ଅନ୍ୟ ଦୁଇଜଣ ସାଙ୍ଗ ସେକ୍ଟର -୨ ଅଞ୍ଚଳର ନିବାସୀ ଚିରଞ୍ଜିବୀ ମହାପାତ୍ର ( ୨୧ ) ଓ ପାନପୋଷ ନିବାସୀ ଶେଖର ଭୋଇ ( ୨୨ ) କୈାଣସି ପ୍ରକାରେ ନଦୀରୁ ବାହାରି ଜୀବନ ରକ୍ଷା କରିଥିଲେ । ଖବର ପାଇ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଖବର ଶୁଣି ବେଦବ୍ୟାସ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନବ ଯୁବକ ମାନଙ୍କ ନଦୀ ଗାଧୁଆ ଏବେ ପରିବାର ଲୋକଙ୍କ ପାଇଁ କାଳ ସାଜିଛି । ବୃଦ୍ଧ ବାପା ଆଶା କରିଥାଆନ୍ତି ଯେ ମୋର ମୃତ୍ୟୁ ହେଲେ ପୁଅ ମୋର ଶବକୂ କାନ୍ଧ ଦେବ । ହେଲେ ସବୁ ଓଲଟା ଘଟୁଛି କଳି ଯୁଗରେ ବାପାକୁ ଯୁବା ପୁତ୍ରର ଶବ ବୋହିବାକୁ ବାଧ୍ୟ କରୁଛି ନିୟତୀ ।

Leave a Reply

Your email address will not be published. Required fields are marked *