• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଗରିବ କଲ୍ୟାଣ ରେ ଏକ ବର୍ଷ ଓ ଏଗାର ବର୍ଷ

ByOdishri Khabar

Jun 17, 2025
Spread the love

ସେବା ସୁଶାସନ ଓ ଗରିବ କଲ୍ୟାଣ ରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତି ଉପଲକ୍ଷେ ଭଦ୍ରକ ନିର୍ବାଚନ ମଣ୍ଡଳୀ ର ଜଳଙ୍ଗା ଠାରେ ବିଜେପି ର ମଣ୍ଡଳ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି।

ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ମନ ସ୍ମିତା ଖୁଣ୍ଟିଆ, ମଣ୍ଡଳ ସଭାପତି ଲକ୍ଷ୍ମଣ ମୁଦୁଲି, ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୧ ବର୍ଷ ବହୁ ଜନ କଲ୍ୟାଣ ଯୋଜନା ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ୧ ବର୍ଷ ର ଅନେକ ଜନ କଲ୍ୟାଣ ଯୋଜନା ହାତକୁ ନିଆଯାଇ କାର୍ଯ୍ୟ ହୋଇ ଥୂବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଉପରେ ଟିପ୍ପଣୀ ଦେଇ ସହର ଗାଁ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ବିକାଶ ପ୍ରଗତି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଥିବାରୁ ସମସ୍ତେ ଏକ ଜୁଟ ହୋଇ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଏଥିରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଶତାକ ଜନସାଧାରଣ, ମହିଳା, ସମସ୍ତ ମଣ୍ଡଳ ସଭାପତି, କାର୍ଯ୍ୟକର୍ତ୍ତା, କର୍ମୀ, ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *