• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ରାଜରାସ୍ତା ରେ ପଞ୍ଚାୟତ ସମିତି କର୍ମକର୍ତ୍ତା

ByOdishri Khabar

Jun 18, 2025
Spread the love

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ତିରିଂ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କାର୍ଯ୍ଯାଳୟ ସମ୍ମୁଖରେ ତିରିଂ ପଞ୍ଚାୟତ ସମିତିଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଧାରଣାରେ ବସିରହିଛନ୍ତି l ସୂଚନାଯୋଗ୍ଯ , ତିରିଂ ପଞ୍ଚାୟତ ସମିତି ରେ ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ଅନୁମୋଦନ ପ୍ରତିବାଦରେ ତିରିଂ ପଞ୍ଚାୟତ ସମିତି କାର୍ଯ୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଆଜି ଜୁନ ୧୬ ଠାରୁ ପଞ୍ଚାୟତ ସମିତିଙ୍କର ଧାରଣାରେ ବିସିଛନ୍ତି l ସେମାନଙ୍କର ଦାବୀ ଗୁଡିକ ହେଲା – ୧) ବିକଶିତ ଗାଁ ବିକଶିତ ଓଡିଶା ରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ପଞ୍ଚାୟତ ସମିତି ୬୦ % ଓ ବିଧାୟକଙ୍କୁ ୪୦% ହିସାବରେ ସରକାରୀ ଚିଠି ଅନୁସାରେ ପ୍ରକଳ୍ପଗୁଡିକ କାର୍ଯ୍ଯକାରୀ ହେଉ l ୨) 5th SFC ପ୍ରକଳ୍ପ ଗୁଡିକ ଉପୁଜିଥିବା ସମସ୍ଯାର ସମାଧାନ କରାଯାଉ ଏବଂ ଆମ୍ଭମାନଙ୍କୁ ଆମର ଅଧିକାର ଦିଆଯାଉ l ଉକ୍ତ ଦାବୀଗୁଡିକ ନ ପୂରଣ ହେବାଯାଏଁ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି ସୂଚନା ଦେଇଥିଲେ l ପ୍ରାପ୍ତ ବିବରଣୀ ଅନୁଯାୟୀ , ତିରିଂ ବ୍ଲକ ର ୧୦ ଟି ପଞ୍ଚାୟତ ଯଥା ତିରିଂ, ପଣ୍ଡୁପାଣି, ରେଙ୍ଗାଲବେଡା, ସାନଭୁନ୍ଦୁ, ନାରାନପୁର, ଲୁପୁଙ୍ଗ, ବଡଡାଳିମା, ଗିତିଲତା, କୁଲୁଘୁଟୁ ଓ ବଡନାରିନୀ ରେ ଆସୁଥିବା ପ୍ରକଳ୍ପ ଗୁଡିକ ଯଥା ବିକଶିତ ଗାଁ ବିକଶିତ ଓଡିଶା ଓ ପଞ୍ଚମ ଏସଏଫସି ରେ ପଞ୍ଚାୟତ ସମିତି ୬୦ ଶତକଡା ଓ ବିଧାୟକଙ୍କୁ ୪୦ ଶତକଡା କରାଯିବା ଉପରେ ସରକାରୀସ୍ତରରେ କାର୍ଯ୍ଯକାରୀ ହେଉ l ତିରିଂ ପଞ୍ଚାୟତ ସମିତିରେ ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ଅନୁମୋଦନ ସମ୍ଭନ୍ଧରେ ଏକ ପ୍ରତିବାଦ ଆବେଦନ ପତ୍ର ତିରିଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାମନଘାଟୀ ଉପଜିଲ୍ଲାପାଳ ଓ ତିରିଂ ଥାନା ଆଇଆଇସିଙ୍କୁ ପ୍ରଦାନ କରାଯାଇଛି l ଉକ୍ତ ଧାରଣାରେ ତିରିଂ ବ୍ଲକ ଅଧ୍ଯକ୍ଷ ପରମେଶ୍ବର ସାମାଡ, ଉପଅଧ୍ଯକ୍ଷ ପୂର୍ଣ୍ଣିମା ବାର୍ଦା, ୨୦ ନଂ ଜିଲ୍ଲା ପରିଷଦ ସଭ୍ଯ ପରେଶ ଚନ୍ଦ୍ର ମୁଣ୍ଡା, ନାରାନପୁର ଗ୍ରାମପଞ୍ଚାୟତ ସରପଞ୍ଚ ଲିତା ଟୁଡୁ, ପଞ୍ଚାୟତସମିତି ସଭ୍ଯ ଚାମ୍ବରୁ ହେମ୍ବ୍ରମ, ଜେମାମଣୀ ସୁଣ୍ଡି, ଲୁପୁଙ୍ଗ ପଞ୍ଚାୟତସମିତି ସଭ୍ଯ ଦୂର୍ଗି ଟୁଡୁ, ନାରାନପୁର ପଞ୍ଚାୟତସମିତି ସଭ୍ଯ ସୁଭାଜିନି ସି, ବଡନାରିନୀ ସରପଞ୍ଚ କଳ୍ପନା ମାର୍ଣ୍ଡି, ରେଙ୍ଗାଲବେଡା ପଞ୍ଚାୟତସମିତି ସଭ୍ଯ ସିମୀ ମାର୍ଣ୍ଡି ଓ ସରପଞ୍ଚଗଣ ସୁନ୍ଦର ମୋହନ ବାସ୍କେ ଓ ଭାଦ ସୋରେନ ପ୍ରମୁଖ ଉପସ୍ଥିତ ରହିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *