• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆନ୍ତର୍ଜାତୀୟ ଦୁଇ ଦୁର୍ଦାନ୍ତ ଲୁଟେରା ଗିରଫ

ByOdishri Khabar

Jul 21, 2025
Spread the love

ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଟାଙ୍ଗୀ ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଶିବପ୍ରସାଦ ଭଦ୍ରାଙ୍କ ନେତୃତ୍ୱ ରେ ଏକ ବଡ ସଫଳତା ହାସଲ କରିଛି ଟାଙ୍ଗୀ ଥାନା ଅଧୀନରେ ହୋଇଥିବା ଟାଙ୍ଗୀ ଚୌଦ୍ୱାର sdpo ଉମାକାନ୍ତ ନାୟକ ଙ୍କ ପୌରହିତ ରେ ହୋଇଥିବା ପ୍ରେସ ମିଟ ରେ ଗତ 16.7.2025 ତାରିଖରେ କ୍ଷେତ୍ରପାଳ ଗ୍ରାମର ସୁବାସ ଚନ୍ଦ୍ର ବିଶ୍ୱାଳ ଙ୍କ ପୁଅ ନିରୋଦ ବିଶ୍ୱାଳ ଜାତୀୟ ରାଜପଥ ରେ ସ୍ତ୍ରୀ. ଙ୍କ ସହ ଘରକୁ ଫେରୁଥିବା ବେଳେ ଦୁଇ ଦୁର୍ଦାନ୍ତ ଅପରାଧୀ ତାଙ୍କ ସ୍ତ୍ରୀ ଙ୍କ ବେକରୁ ସୁନା ଚେନ ଟିକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ l ଦୁଇ ଦୁର୍ବୁତ୍ତ ଜଣକ ଯଥାକ୍ରମେ ମହେଶ୍ୱର ପୁର, ଚନ୍ଦନ ପୁର ହାଟ ପଡ଼ିଆ ର ସେକ ଆଜାରୁଦିନ ଓ ମହମ୍ମଦ ହୁଯେଫା l ଦୁଇ ଜଣ ଆସାମୀ ବ୍ରହ୍ମବରଦା ଅଞ୍ଚଳ ର l ଟାଙ୍ଗୀ ପୋଲିସ ର ଏହି ବଡ ସଫଳତା ହାସଲ କରିବା ସହିତ ଜବତ ହୋଇଥିବା ଗୋଟେ କଳା କଲର ର ପଲସର 200 ଗାଡ଼ି,ଗୋଟେ 18 ଗ୍ରାମର ସୁନା ଚେନ,ଦୁଇଟି ଗାଡିର ନମ୍ବର ପ୍ଲେଟ ନଗଦ 700 ଟଙ୍କା, ଗୋଟେ vivo ମୋବାଇଲ, l ଏହି ଆସାମୀ ଦ୍ୱୟ ଙ୍କ ନାମରେ ବାଲିଚନ୍ଦ୍ରପୁର କେସ ନମ୍ବର 21 u/s392 ipc, ଟାଙ୍ଗୀ ଥାନା ରେ କେସ nambar173u/s304 ipc,ଯାଜପୁର ରେ କେସ ନମ୍ବର 281,u/s303 bns କେସ ରୁଜୁ କରାଯାଇଛି l. ଯେଉଁଦିନ ଠାରୁ ଟାଙ୍ଗୀ ଥାନା ର iic ଭାବେ ଶିବପ୍ରଶାଦ ଭଦ୍ରା ଦାୟିତ୍ୱ ନେଇଛନ୍ତି ସେବେଠାରୁ ଟାଙ୍ଗୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହିଚି l

Leave a Reply

Your email address will not be published. Required fields are marked *