• Thu. Apr 16th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସ୍କୁଲ ରୁ ଚୋରି ହେଲା ନାପକିନ ଶିକ୍ଷକଙ୍କୁ ଧରିଲେ ଅଭିଭାବକ

ByOdishri Khabar

Jul 23, 2025
Spread the love

-ପରିଚୟ ଶିକ୍ଷକର କିନ୍ତୁ ନିଶା ଦୁର୍ନୀତିର,ଦୁର୍ନୀତିରେ ଡିଗ୍ରୀ ହାସଲ କରିଥିବା ଶିକ୍ଷକ,ଏଠି ଠାକୁର ଖାଇ ଖଟୁଲି ଖାଇବାକୁ ବସିଥିଲେ ମାଡି ବସିଲେ ଜନତା. ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ। କିଛି ଶିକ୍ଷକ ଏହି ଅର୍ଥ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଆବଶ୍ୟକୀୟ ଜିନିଷ ବାହାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅପର୍ତ୍ତୀ ଚରଣ ଉଚ୍ଚ ବିଦ୍ୟାଳୟ ରେ। ଅଭିଯୋଗ ମୁତାବକ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ଛାତ୍ରୀ ମାନଙ୍କ ମାସିକ ଋତୁଶ୍ରାବ ପାଇଁ ନାକପିନ ଯୋଗାଇ ଦେଉଥିବା ବେଳେ ସେହି ନାକପିନ କୁ ଶିକ୍ଷକ ମାନେ ଚୋରାରେ ବାହାରେ ବିକ୍ରି କରିବା ପାଇଁ ସ୍କୁଲରୁ ବାହାରକୁ ନେଉଥିବା ବେଳେ ସ୍ଥାନୀୟ ଅଭିଭାବକ ମାନେ ନାକପିନର ଏକ ବସ୍ତା ଅଟକ ରଖିବା ସହିତ ସ୍ଥାନୀୟ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅବିଭାବକ ଲିଖିତ ଅଭିଯୋଗ କ୍ରମେ ଘଣ୍ଟେଶ୍ୱର ପୋଲିସ ନାକପିନ ବସ୍ତା ଓ ଶିକ୍ଷକଙ୍କୁ ଅଟକ ରଖି ଥିବା ଦେଖିବାକୁ ମିଳିଛି। ଏ ବିଷୟରେ ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜଙ୍କ ଉକ୍ତ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଶିକ୍ଷକଙ୍କ ନାମରେ ଘଣ୍ଟେଶ୍ୱର ଫାଣ୍ଡି ରେ ଲିଖିତ ଅଭିଯୋଗ କରିବା ସହିତ ସମ୍ପୃକ୍ତ ଥିବା ଶିକ୍ଷକଙ୍କୁ ବଦଳି କରିଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *