ଜାତୀୟ ସ୍ତରରେ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବିତୀୟ
ନଗର ଉନ୍ନୟନ ଓ ସହରାଞ୍ଚଳ ବିଭାଗ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ ସ୍ବଚ୍ଛ ସର୍ବେକ୍ଷଣ -୨୦୨୪ ଉତ୍କର୍ଷ ପ୍ରଦର୍ଶନ କରିଥିବା ରାଷ୍ଟ୍ରପତି ପୁରସ୍କୃତ ସ୍ଥାନୀୟ ସଂସ୍ଥା ମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏବଂ ଅତିରିକୁ ଜିଲ୍ଲାପାଳ (ରାଜସ୍ବ) ତଥା ପ୍ରକଳ୍ପ ନିର୍ଦ୍ଦେଶକ ତୁତା ଦେବଦତ୍ତ ପଣ୍ଡା ଉପସ୍ଥିତ ରହି ସମ୍ବନ୍ଧିତ କରିଥିଲେ । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ସ୍ବଚ୍ଛ ସହରରେ ପରିଣତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ମତବ୍ୟକୁ କରିଥିଲେ।
ନୂଆଦିଲ୍ଲୀସୁ ବିଜ୍ଞାନ ଭବନରେ ଜୁନ୍ ୧୭, ୨୦୨୫ ରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ ସ୍ବଚ୍ଛତା ପ୍ରତିଯୋଗିତା ସ୍ବଚ୍ଛ ସର୍ବେକ୍ଷଣ-୨୦୨୪ରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ବଚ୍ଛ ସହର ଭାବେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ରାଜ୍ୟର ୩୦ ଗୋଟି ଆବର୍ଜନାମୁକ୍ର ସହର ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୫ ଗୋଟି ଆବର୍ଜନା ମୁକ୍ତ ସହର।ସେଗୁଡିକ ହେଲା ହିଞ୍ଜିଳିକାଟୁ, ଗୋପାଳପୁର, ଦିଗପହଣ୍ଡି, ସୋରଡା, ଭଞ୍ଜନଗର, ପୋଲସରା, ଛତ୍ରପୁର, ରମ୍ଭା, ଗଞ୍ଜାମ, କୋଦଳା, ବେଲଗୁଣ୍ଠା, ପୁରୁଷୋତ୍ତମପୁର, ଖଲ୍ଲିକୋଟ । ଉପରୋକୁ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବଦ୍ଧିତ କରଯାଇଥୁଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଦେବୀ କଲ୍ୟାଣ ମହାପାତ୍ର ଓ ସବ୍ୟସାଚୀ ପ୍ରଧାନ ସହଯୋଗ କରିଥିଲେ। ଏହି ସମ୍ବଦ୍ଧନା ସମାରୋହରେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ।ରିପୋର୍ଟ ମନମୋହନ ପଟନାୟକ, ବ୍ରହ୍ମପୁର