• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜଗତ କଲ୍ୟାଣ ପାଇଁ ଜଗନ୍ନାଥ ନାମ ସଂକୀର୍ତ୍ତନ

ByOdishri Khabar

Jul 23, 2025
Spread the love

ଭୁବନେଶ୍ବର , ଭଲକାର୍ଯ୍ୟର ଖରାପ ପରିଣାମ ଥାଇପାରେ ହେଲେ ଖରାପ କାର୍ଯ୍ୟରୁ ଭଲ ପରିଣାମ ଆଶା କରିବା ବୃଥା ଜଗତର କଲ୍ୟାଣ ନିମନ୍ତେ ମହାମନ୍ତ୍ର ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ ଶ୍ରୀ ଜଗନ୍ନାଥ ସହସ୍ର ପଠନ ଓ ଗୀତ ଗୋବିନ୍ଦ ପ୍ରାଥର୍ନା କରାଯିବାକୁ ପ୍ରୟାସ ଆରମ୍ଭ କରାଯାଉଛି ଧଉଳି ପାହାଡ଼ ନିକଟ ଭୌରଙ୍ଗେଶ୍ଵର ମନ୍ଦିର ରେ ଶ୍ରୀ ଭଗବାନ ଦାସ ସମ୍ପାଦକ ଜଗନ୍ନାଥ ପରିବାର ଚାରି ଟେବୁଲ ଟ୍ରଷ୍ଟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ସୁରେଶ କୁମାର ମିଶ୍ର ତ୍ରିଲୋଚନ ନାୟକ ଅଜୟ ଦାସ ଅନୁପମା ମିଶ୍ର ଭାରତୀ ଭୂଷଣ ପଟ୍ଟନାୟକ ଶରତ ମହାପାତ୍ର ବଂଶୀଧର ନାୟକ ଅକ୍ଷୟ ସାହୁ ଦିଲ୍ଲୀପ ମିଶ୍ର ଚୈତନ୍ୟ ନାୟକ ଶ୍ରୀନିବାସ ରାଓ ବିଜୟ ପଣ୍ଡା ଙ୍କ ସଂଯୋଜନା ରେ ଜଗତ ର କଲ୍ୟାଣ ଏବଂ ଶ୍ରୀ ତନ୍ମୟ କୁମାର ସାହୁ ଓ ପରିବାର ର କଲ୍ୟାଣ ପାଇଁ କଳିଯୁଗ ର ମହାମନ୍ତ୍ର, ଶ୍ରୀ ଜଗନ୍ନାଥ ସହସ୍ର ନାମ, ଗୀତ ଗୋବିନ୍ଦ ପଠନ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ଠାରେ ଆରମ୍ଭ କରାଯାଇଛି,ବର୍ତମାନ ସମାଜର ଆଧ୍ୟାତ୍ମିକ ଓ ଧାର୍ମିକ ପରିସ୍ଥିତି କୁ ନେଇ ଏକ ନୂତନ ବହି ଶ୍ରୀ ଜଗନ୍ନାଥ ମନ୍ତ୍ର ଓ ସ୍ତୋତ୍ର ପ୍ରସ୍ତୁତ କରାଯାଇଛି, ଏହି ବହି ରେ ପ୍ରଥମେ ଓଁ, ପରେ ରାମ ଙ୍କ ତ୍ରେତୟା ଯୁଗ ମହାମନ୍ତ୍ର ତା ପରେ ଶ୍ରୀକୃଷ୍ଣ ଙ୍କ ଦ୍ୱାପର ଯୁଗ ର ମହାମନ୍ତ୍ର ଓ କଳିଯୁଗ ର ମହାମନ୍ତ୍ର ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ.. ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରାକ୍ଷମାମ..ଶ୍ରୀଜଗନ୍ନାଥ ସହସ୍ର ନାମ, ମହାଲକ୍ଷ୍ମୀ ଅଷ୍ଟକମ, ବିମଳା ଅଷ୍ଟକମ ଓ ଶ୍ରୀତ କମଲ( ଗୀତ ଗୋବିନ୍ଦ)ଏହା ସହିତ ଅନ୍ୟ ମନ୍ତ୍ର ଓ ସ୍ତୋତ୍ର ରଖି ଏକ ସ୍ୱତନ୍ତ୍ର ବହି କରାଯାଇଛି, ଏହା ପଛର ଏହି ଯୁକ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ତ୍ର ଓ ସ୍ତୋତ୍ର ରେ ଅଧିକା ଧ୍ୟାନ ଦେବା ଓ ତାଙ୍କୁ ଅଧିକା ଭଲ ପାଇବା,ଏହା ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରୀତ ହେବେ ଓ ଆମକୁ ଆଶୀର୍ବାଦ ପ୍ରଦାନ କରିବେ, 1510 ମସିହା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଉଥିଲା, ତା ପରେ ଭଗବାନ ଚୈତନ୍ୟ ଶ୍ରୀକୃଷ୍ଣ ଙ୍କୁ ଭଲ ପାଉ ଥୁବାରୁ ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀକୃଷ୍ଣ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରି ଥିଲେ, ମନ୍ଦିର ଭିତରେ ଅସନ୍ତୋଷ ଓ ସମସ୍ୟା ପାଇଁ ବେଶୀ କିଛି ହୋଇ ପାରି ନ ଥିଲା, ତତ ପରେ ବହୁ ଆଗରୁ ଚାଲୁଥିବା ହରେ ରାମ ହରେ ରାମ ହରେ କୃଷ୍ଣ ହରେ କୃଷ୍ଣ ସଂକୀର୍ତନ କୁ ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ରାମ ରେ ପରିବର୍ତ୍ତନ କରି ଏହାକୁ ମହାମନ୍ତ୍ର କହି ପ୍ରଚାର କଲେ, ଧୀରେ ଧୀରେ ଏହା ସମସ୍ତେ ଗ୍ରହଣ କଲେ, ଆମେ ଭାବୁଛୁ ଭଗବାନ ଚୈତନ୍ୟ ଓ ତାଙ୍କ ଗୁରୁ ରାମାନଦ ରାୟ (ରାଜା ପ୍ରତାପ ରୁଦ୍ର ଙ୍କ ସମୟ ) ରାଧା କୃଷ୍ଣ ଙ୍କୁ ଭଲ ପାଉ ଥିବାରୁ କୃଷ୍ଣ ତତ୍ୱ ଆସିଥିଲା ଏବଂ ଏହି କଳିଯୁଗରେ ଶ୍ରୀଜଗନ୍ନାଥ ସଂସ୍କୃତି କୁ ବିକୃତ କରିବାକୁ କିଛି ଅନୁଷ୍ଠାନ ବହୁ ପ୍ରକାର ପ୍ରୟାସ ଆରମ୍ଭ କଲେଣି, ଏଣୁ ଆମେ ଉପଲବ୍ଧି କଲୁ ଯେ ରାମ ଙ୍କ ପରେ କୃଷ୍ଣ ଓ ତା ପରେ ଶ୍ରୀଜଗନ୍ନାଥ ଙ୍କ ସଂସ୍କୃତି କୁ ଓ କଳିଯୁଗ ର ମହାମନ୍ତ୍ର ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ..ଓ ଜଗନ୍ନାଥ ସହସ୍ର ନାମ ସ୍ତୋତ୍ର ର ପ୍ରଚାର ବ୍ୟାପକ ଭାବେ କରାଯିବା ନିହାତି ଆବଶ୍ୟକ, ଆଗାମୀ ଦିନରେ ଓଡିଶା ରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପ୍ରୟାସ କରାଯିବ କିଛି ଅନୁଷ୍ଠାନ ଦ୍ୱାରା ଅଦିନିଆ ରଥଯାତ୍ରା, ଅଦିନିଆ ସ୍ନାନ ଯାତ୍ରା କରା ଯାଉଛି ଓ ପୁଣି ଏବେ ଜଗନ୍ନାଥ ପ୍ରେମି ମାନଙ୍କୁ ଭ୍ରମରେ ପକାଇବାକୁ ସୋସିଆଲ ମେଡ଼ିଆ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଥାନ ପରିବର୍ତନ କରି ସୁନ୍ଦର ଫଟୋ ଛଡ଼ା ଯାଇ ଜଗନ୍ନାଥ ସଂସ୍କୃତି କୁ ବିକୃତ କରି ବାକୁ ଆଗେଇ ଆସିଲେଣି..,ଅଚ୍ୟୁତାନନ୍ଦ ମାଳିକା ରେ ଆଗାମୀ ଦିନରେ ହୁଏତ ଭୟଙ୍କର ଆସିପାରେ ବୋଲି ସୂଚନା ଦେଇ ଛନ୍ତି ଓ ସନ୍ଥ କବି ଭୀମ ଭୋଇ ଚଉତିଶା 41 ଅନୁଯାଇ କଳା ଧଳା ବେନି ଅଶ୍ୱରେ ଛଡିଣ ଆଦିମାତା ଙ୍କ ଠୁ 12 ହାଥ ଖଣ୍ଡା ଆଣି..ଖଣ୍ଡ ଖଣ୍ଡ କରି ମ୍ଳେଛ ସଂହାରିବେ.. ଖଣ୍ଡା ଦାଢ଼ କୁ ବୁଲାଇ.. ଖଚୁଆ,ଚତୁର,ମିଛୁଆ ପଡିବେ ଧରା.. ଚଣ୍ଡୀ ଚାମଣ୍ଡାଇ ଚମକାଇ ଦେଇ ରକତ ପିଇଣ ଯିବେ..ଆଗକୁ କଠିନ ସମୟ ଆସି ପାରେ ଏହା ଆମ ପୂର୍ବଜ ମାନେ ଆଶଙ୍କା ପ୍ରକାଶ କରି ଛନ୍ତି ଏଣୁ ଆସନ୍ତୁ ଆମେ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ସଂସାରର ସମସ୍ତ ଜୀବ ଜଗତକୁ ସଦବୁଦ୍ଧି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିବା, ଜଗତ ଶାନ୍ତ ହେଉ,ଆପଣ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆମର ବିଶେଷ ଅନୁରୋଧ, ଏହି ନୂତନ ପ୍ରୟାସ କୁ ଆପଣ ମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ନିତ୍ୟାନ୍ତ ଆବଶ୍ୟକ ଆସନ୍ତୁ ସାକାରତ୍ମକ ଭାବେ l ସୋସିଆଲ ମେଡ଼ିଆ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ସେଆର କରିବା,ଏବଂ କଳିଯୁଗର ମହାମନ୍ତ୍ର ପ୍ରାଥର୍ନା କରିବା ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ରକ୍ଷା କରି ବାକୁ ଯେଉଁ ମାନେ ଆଜି ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସମସ୍ତଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା, ପରେ ପରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରି ଥିଲେ

Leave a Reply

Your email address will not be published. Required fields are marked *