• Mon. Apr 20th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅଜଣା ଦୁର୍ବୁର୍ତ୍ତଙ୍କ କାର ଉପରକୁ ଗୁଳି ମାଡ

ByOdishri Khabar

Jul 24, 2025
Spread the love

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବୀରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ଆଜି ଦିନ ଦ୍ଵିପ୍ରହରେ ଗୁଳିକାଣ୍ଡ ଯୋଗୁଁ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଦିନ ଗୋଟାଏ ବେଳେ ବାଇକରେ ଦୁଇ ଜଣ ଦୁବୃର୍ତ୍ତ ଆସି ଏକ କାର ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ। ଗୁଳି ମାଡ଼ରେ କାରର କାଚ ଭାଙ୍ଗି ଯାଇଥିବା ବେଳେ ଗାଡ଼ିରେ ଥିବା ରାଉରକେଲାର ଉତ୍ତମ କୁମାର ଘୋଷ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉତ୍ତମ ଜମି ବାଡ଼ି କିଣାବିକା ବ୍ୟବସାୟରେ ସଂଶ୍ଲିଷ୍ଟ ଥିବା ଜଣା ପଡିଛି। ସେ ରାଉରକେଲାର ୨୦ ନମ୍ୱର୍ ସେକ୍ଟର ରେ ରହନ୍ତି। ଆଜି ସେ କୌଣସି ଜମି ରେଜିଷ୍ଟ୍ରି କରିବାକୁ ବିରମିତ୍ରପୁର ତହସିଲ୍ ଆସିଥିବା ବେଳେ ଦୁଇ ଦୁର୍ବୃର୍ତ୍ତ ବାଇକରେ ଆସି ତାଙ୍କ କାର ଉପରକୁ ଗୁଳି ଚଳାଇଥିଲେ। ସୌଭାଗ୍ୟ ବଶତଃ ଗୁଳି ତାଙ୍କ ଦେହରେ ବାଜି ନ ଥିଲା। ଗୁଳି ମାଡ଼ରେ କାରର କାଚ ଭାଙ୍ଗି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ବୀରମିତ୍ରପୁ ପୋଲିଶ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବିଭିନ୍ନ ସ୍ଥାନରେ ବ୍ଲକେଡ୍ କରି ପୋଲିଶ ଯାଞ୍ଚ କରୁଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ତାହା ତଦନ୍ତ ସାପେକ୍ଷ ।
ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *