• Mon. Apr 20th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଆଦିମ ଜନଜାତି ଆଦିବାସୀ ଜୁଆଙ୍ଗ ସମାଜ ପକ୍ଷରୁ

ByOdishri Khabar

Jul 24, 2025
Spread the love

ଢେ଼ଙ୍କାନାଳ ଜିଲ୍ଲାରେ ୧୭୪ଟି ଗ୍ରାମରେ ଆଦିମ ଜନଜାତି ଆଦିବାସୀ ଜୁଆଙ୍ଗମାନେ ବସବାସ କରନ୍ତି । ପ୍ରାୟତଃ ସେମାନଙ୍କ ବସ୍ତିକୁ ମୌଳିକ ସୁବିଧା ତଥା ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ,ବିଦ୍ୟୁତ ନାହିଁ,ପିଇବା ପାଣିର କୌଣସି ସୁବିଧା ନାହିଁ । ଏଥିପାଇଁ ଆଦିମ ଜନଜାତି ଆଦିବାସୀ ଜୁଆଙ୍ଗ ସମାଜ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ତ ହୋଇ କେବଳ ପ୍ରତିଶୃତି ମିଳିଛି । ଏଥିପାଇଁ ସମାଜ ପକ୍ଷରୁ ମୌଳିକ ସୁବିଧାଗୁଡିକ ପୁରଣ କରିବା ପାଇଁ ବୁଧବାର ଦିନ ବାଜିଚୌକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଆଦିମ ଜନଜାତି ଆଦିବାସୀ ଜୁଆଙ୍ଗ ସମାଜ ପକ୍ଷରୁ ହଜାରରୁ ଉର୍ଦ୍ଦସଂଖ୍ୟାର ଲୋକମାନେ ଏହି ଶୋଭାଯାତ୍ରାରେ ଆସି ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଇଞ୍ଜିିୟର ଦେବାଶିଷ ହୋତା ସହଯୋଗ କରିଥିଲେ!

Leave a Reply

Your email address will not be published. Required fields are marked *