ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଘୋର ଉତ୍ତେଜନା
ଶବକୁ ରଖି କ୍ଷତିପୂରଣ ଦାବିରେ ଅଟଳରା ! ଉରକେଲା ସହର ସଂଲଗ୍ନ ଇସ୍ପାତ କାରଖାନାରେ ଠିକା ଶ୍ରମିକ ଭାବେ ଷ୍ଟିଲ ମେଲଟିଂ ବିଭାଗ ୨ ରେ (ଏସଏସଏସ ୨) କାର୍ଯ୍ୟରତ ଥିବା ଅଭିରାମ ମହନ୍ତଙ୍କ କୈାଣସି କାରଣରୁ ମୃତ୍ୟୁ ହୋଇଥିବା ବେଳେ ଘୋର ଉତ୍ତେଜନା ଦେଖା ଦେଇଥିଲା । ତେବେ ତ୍ରୀପକ୍ଷିୟଙ୍କ ଦ୍ବାରା ସମାଧାନର ସୂତ୍ର ବାହାରିବା ଦ୍ବାରା ଉତ୍ତେଜନା ନରମି ଥିଲା । ମୃତ ଶ୍ରମିକ ଜରେଇକେଲାର ବାସିନ୍ଦା ବୋଲି ଜଣାପଡ଼ିଛି । ଦୁଇଟି ସଙ୍ଘ ଓ ପରିବାର ସଦସ୍ୟ ମାନଙ୍କୁ ନେଇ ଏକ ବାର୍ତ୍ତାଳାପ ପରେ ସମାଧାନର ସୂତ୍ର ବାହାରିଥିବା ଜଣାପଡିଛି । ଭବିଷ୍ୟତରେ ଏଭଳି ଅଘଟଣ ଯେପରି ନ ହୁଏ ଏବଂ ଶୀଘ୍ର ଏହାର ସ୍ଥାୟୀ ସମାଧାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ବିଭିନ୍ନ ସଙ୍ଘ । ଉଚିତ କ୍ଷତି ପୂରଣ ଓ ପୁଅକୁ ଚାକିରୀର ଦୃଢ ପ୍ରତିଶ୍ରୁତି ମିଳିବା ପରେ ଶବ ଉଠିଥିଲା । ତେବେ ମୃତ ଅଭିରାମ ମେକାନିକାଲ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଏହି ଅଘଟଣର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।