ବାରଙ୍ଗ ବ୍ଲକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି,ପଞ୍ଚାୟତ ସମିତି ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ବ୍ଲକ ଉପାଧ୍ୟାକ୍ଷା ବିରାଜିନୀ ମଲ୍ଲିକ,ବାରଙ୍ଗ ବ୍ଲକ ଉର୍ନୟନ ଅଧିକାରୀ ସ୍ୱାଗତ ଦାଶ,32 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ,33 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ଭୋଇ ଉପସ୍ଥିତ ଥିଲେ,ବୈଠକରେ ବିବରଣୀ ପାଠପରେ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା,ବିକଶିତ ଗାଁ ବିକଶିତ ଓଡିଶା ଓ ବିପିଡିପି ସମ୍ଭଦ୍ଧିୟ ପ୍ରକଳ୍ପ ଗୁଡିକ ଅନୁମୋଦନ କରାଯାଇଥିଲା,ପରେ ସ୍ୱାସ୍ଥ୍ୟ,ସାମାଜିକ ସୁରକ୍ଷା,ରାସ୍ତାଘାଟ ଆଦି ସମସ୍ୟା ଉପରେ ଆଲୋଚନା କରାଯାଇଥିଲା,ଅନ୍ୟମାନଙ୍କ ମଧ୍ୟରେ ନିଆଳୀ ବିଧାୟକଙ୍କ ପ୍ରତିନିଧି,କଟକ ସାଂସଦଙ୍କ ପ୍ରତିନିଧି,ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି,ବ୍ଲକର 16 ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ,ବୈଠକ ପରେ ଶାସକ,ବିରୋଧୀ ଓ ପ୍ରଶାସକ ପୃଥକ ଭାବେ ରନ୍ଧା ଖାଦ୍ୟ ଆୟୋଜନ କରି ଭୋଜନ କରିବା ଘଟଣା ଆଲୋଚନାର ବିଷୟ ହୋଇଛି