କଟକ ମହାନଗର ନିଗମ ଅନ୍ତର୍ଗତ ୪୭ ନମ୍ୱର୍ ୱାର୍ଡ ମହାନଦୀ ବିହାର ସ୍ଥିତ ମହାନଦୀ ଡେଭଲପମେଣ୍ଟ ଆସୋସିଏସନ୍ ଗୋଷ୍ଟି କେନ୍ଦ୍ର ପ୍ରାଙ୍ଗଣରେ “ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍ ,ପେନସନସ ଆସୋସିଏସନ,ବରିଷ୍ଟ ନାଗରିକ ମଞ୍ଚ, ଜଗନ୍ନାଥ ସଂସ୍କୃତିକ ପରିଷଦ ଓ ମହିଳା ସମିତି ଆନୁକୁଲ୍ୟରେ ଏମ ଡି ଏ ର ସଭାପତି ସଞ୍ଜୟ କୁମାର ଜେନା ଙ୍କ ସଭାପତିତ୍ବ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି,ଏହି ସଭାରେ ଏମ ଡି ଏ ର ଦୁଇ ଦିବଂଗତ ସଦସ୍ୟ ସ୍ଵର୍ଗତ ରମେଶ ଚନ୍ଦ୍ର ରାୟ ଓ ସ୍ଵର୍ଗତ ରବିନ୍ଦ୍ରନାଥ ମହାପାତ୍ର ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା,
ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ଥାନୀୟ କର୍ପୋରେଟର ସୁବ୍ରତ ଘଡାଇ,ରବୀନ୍ଦ୍ର ନାଥ ମହାନ୍ତି,ରବୀନ୍ଦ୍ର ତ୍ରିପାଠୀ,ପ୍ରହଲ୍ଲାଦ ମହାନ୍ତି,ହିମାଂଶୁ ଷଡ଼ଙ୍ଗୀ,ପ୍ରମୋଦ କୁମାର ଦାସ,ଚତୁର୍ଭୁଜ ମହାପାତ୍ର, ସରୋଜ ପ୍ରସାଦ ସ୍ବାଇଁ,ବରଦା ନାୟକ, ମାନବେଶ ରାୟ,ପ୍ରଭାକର ରଣା,ପ୍ରଦୀପ୍ତ ମହାନ୍ତି,ଜ୍ଞାନ ରଞ୍ଜନ ଦାସ, ରମଣୀ ରଂଜନ ଦାସ,ପଣ୍ଡିତ ମଣି ମହାପାତ୍ର,ବିଷ୍ଣୁ କର,ମହେନ୍ଦ୍ର ପଣ୍ଡା,ପ୍ରହଲ୍ଲାଦ ବିଶ୍ବାଳ,ସୁଶାନ୍ତ କୁମାର ଘୋଷ,ନିକୁଞ୍ଜ ରଥ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ