କଟକ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ସ୍ୱର୍ଗତ ରାଜେନ୍ଦ୍ର ସିଂହଙ୍କ ତୃତୀୟ ଶ୍ରାଦ୍ଧଦିବସ କୂଳସରିଚୁଆଁ ସ୍ଥିତ ବଳୀବାମନ ପୀଠରେ ସମାଜସେବୀ ଶେଷଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି,ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଞ୍ଚଳର ବହୁ ମାନ୍ୟଗଣ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ରାଜେନ୍ଦ୍ର ଜଣେ ଶ୍ରମିକ ନେତା,ସମାଜସେବୀ,ପରୋପକାରୀ,ବିଧାୟକ ଭାବେ କାର୍ଯ୍ୟକରି ଅଞ୍ଚଳ ତଥା ରାଜ୍ୟର ବହୁ ଉର୍ନତିମୂଳକ କାର୍ଯ୍ୟ କରିଥିଲେ,ତାଙ୍କ ଉଦ୍ୟମରେ ବଳୀବାମନ ପୀଠରେ ଶହେ ଏକରରୁ ଉର୍ଦ୍ଧ ଜମିରେ ବିଭିନ୍ନ ବୁକ୍ଷ୍ୟରୋପଣ କରାଯାଇ ସାରା ଅଞ୍ଚଳ ଟିକୁ ସବୁଜ ସୁନ୍ଦର କରାଇଥିଲେ,ସେ ସଦାସର୍ବଦା ନିଜ ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ଯୁବପିଢ଼ି କୁ ଆହ୍ୱାନ ଦେଉଥିଲେ,ତାଙ୍କ ଶ୍ରାଦ୍ଧ ଦିବସରେ ବହୁ ଭଦ୍ରଲୋକ ଯୋଗଦେଇ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୁତିଚାରଣ କରିଥିଲେ,