ରାଉରକେଲା ସହର ସ୍ଥିତ ବଣିଆ ଗେଟ ନିକଟରୁ ଜନୈକ ଯୁବକ ଧଳା ଜହର ବେପାର କରୁଥିବା ଅବସ୍ଥାରେ ଗିରଫ ହୋଇଛି । ପ୍ଲାଣ୍ଟସାଇଟ୍ ଥାନାର ସହ ଅଧିକାରୀ ପେଟ୍ରୋଲିଂ କରୁଥିବା ବେଳେ ସୂଚନା ପାଇଲେ ଯେ ବଣିଆ ଗେଟ ନିକଟରେ ଜଣେ ଯୁବକ ଧଳା ଜହର ବେପାର କରୁଛି । ଉକ୍ତ ସ୍ଥାନରେ ପହଞ୍ଚି କୈାଶଳ କ୍ରମେ ଯୁବକକୁ ଗିରଫ କରିଥିଲେ । ଗିରଫ ଯୁବକ ଠାରୁ ୩୧ ଗ୍ରାମ ଧଳା ଜହର ସମେତ ଗୋଟିଏ ମୋବାଇଲ , ନଗଦ ରାଶି ୧୪୪୦ ଟଙ୍କା ଓ ଓଡି ୧୪ ଏଏଚ ୫୧୧୧ ନଂ ସ୍କୁଟି ଜବତ କରିଥିବା ଜଣାପଡିଛି । ଗିରଫ ଯୁବକ ମାଲଗୋଦାମ ସ୍ଥିତ ମସଜିଦ ବସ୍ତିର ମହମ୍ମଦ ସୋହେଲ ଓରଫ୍ ପିଗୀ ( ୨୨ ) ବୋଲି ଜଣାପଡ଼ିଛି । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।