କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି କଳ୍ପତରୁ ସ୍ୱାଇଁ(ବେଗୁଭାଇ)ମଙ୍ଗଳବାର ଦିନ ସକାଳୁ ତାଙ୍କ ବାଲିପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି,ସେ ଦୀର୍ଘ 15 ବର୍ଷରୁ ଉର୍ଦ୍ଧ ଗୋବିନ୍ଦପୁର ସେବାସମବାୟ ର ସଭାପତି ଥିଲେ,ସେ ଗୋବିନ୍ଦପୁର ଅଞ୍ଚଳର ଜଣେ ଅଗ୍ରଣୀ ଚାଷୀ ନେତା ଭାବେ ପରିଚିତ,1997 ମସିହାରୁ ଅଦ୍ୟାବଧି ସେ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଥାଇ ଗୋବିନ୍ଦପୁର ସେବା ସମବାୟ ସମିତିର 3 ଥର ସଭାପତି ଭାବେ ଦକ୍ଷ ନେତୃତ୍ୱ ନେଇଥିଲେ,ଶ୍ରୀ ସ୍ୱାଇଁ ବିଜୁ ଜନତା ଦଳର ଜଣେ ପୁରୁଖା ଦୃଢ ସମର୍ଥକ ଥିଲେ,ସ୍ୱର୍ଗତ ସ୍ୱାଇଁ ଗତ କିଛିମାସ ଧରି ଯକୃତ ଜନିତ ରୋଗରେ ପୀଡିତ ଥିଲେ,ମଙ୍ଗଳବାର ସନ୍ଧ୍ୟାରେ ମରଶରୀରକୁ ଗୋବିନ୍ଦପୁର ସେବା ସମିତି ଏବଂ ଗୋବିନ୍ଦପୁର ପଂଚାୟତ କାର୍ଯାଳୟ ସହିତ ନିଜ ବାଲିପଡ଼ା ଗ୍ରାମ ପରିକ୍ରମା ପରେ ଗାଁ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିଲା,ସେଠାରେ ବହୁ ମାନ୍ୟଗଣ ବ୍ୟକ୍ତି ଓ ଜନସାଧାରଣ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ,