ବାରଙ୍ଗ ବ୍ଲକ ନଗରୀ ପଂଚାୟତ ଅନ୍ତର୍ଗତ ଜନାର୍ଦ୍ଦନ ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ ଗୁଞ୍ଜରଣ 2025 ଅନୁଷ୍ଠିତ ହୋଇଯାଇଛି,ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀରାମ କାରୁଆ ଅଧକ୍ଷତା କରିଥିଲେ,ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଆଳୀ ବିଧାୟକଙ୍କ ବାରଙ୍ଗ ବ୍ଲକ ପ୍ରତିନିଧି ଧୀରେନ୍ଦ୍ର ବାରିକ(ଟୁକୁନା ଭାଇ),ସମ୍ନାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଶ୍ରୀମତୀ ତପସ୍ୱିନୀ ସାହୁ,ମୁଖ୍ୟ ବକ୍ତାଭାବେ ସାହିତ୍ୟକ ଗୋପାଳ ଚନ୍ଦ୍ର ମିଶ୍ର,ସମ୍ନାନିତ ଅତିଥି ଭାବେ ସମାଜସେବୀ ତଥା ଆଇନୀଜୀବି ଶ୍ରୀଯୁକ୍ତ ପ୍ରଭୁପ୍ରସାଦ ମହାନ୍ତି,ବିଜେପି ମଣ୍ଡଳ ସଭାପତି ଅଶ୍ୱିନୀ କାଣ୍ଡି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିକ୍ରମ ମହାନ୍ତି,ପୁରାତନ ଛାତ୍ର ତଥା ଯୁବ ସମାଜସେବୀ ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ,ଯେକୌଣସି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରି ପୂଜାପାଠ କରାଯାଇଥାଏ,କାରଣ ଜଗନ୍ନାଥଙ୍କୁ ସ୍ମରଣ କରିବା ଦ୍ୱାରା ସମସ୍ତ କାର୍ଯ୍ୟସିଦ୍ଧି ହୋଇଥାଏ,ଏଠାରେ ମଧ୍ୟ ସେହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ସମସ୍ତ ଅତିଥି ବୃନ୍ଦ ଜଣେ ପରେ ଜଣେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟରେ ପୁଷ୍ପାଞ୍ଜଳି ଦେଇ ଭକ୍ତିଭାବ ଅର୍ପଣ କରିଥିଲେ,କିନ୍ତୁ ଏହି ସଭାର ମୁଖ୍ୟ ଅତିଥି ନିଆଳୀ ବିଧାୟକଙ୍କ ପ୍ରତିନିଧି ଧୀରେନ୍ଦ୍ର ବାରିକ(ଟୁକୁନା ଭାଇ) ଯିଏ କି ନିଜ ପାଦରୁ ଜୋତା ନକାଢି କିଭଳି ଭକ୍ତିଭାବ ଅର୍ପଣ କରୁଛନ୍ତି,ତାହା ଆପଣମାନେ ନିଜେ ଦେଖିନିଅନ୍ତୁ,ଜଗନ୍ନାଥଙ୍କ ଠାରୁ ତାଙ୍କ ଜୋତାର ମୂଲ୍ୟ ଅଧିକ,ଜଗନ୍ନାଥଙ୍କ ଆଗରେ ଜୋତା କାଢ଼ିବା ପାଇଁ ବିଧାୟକଙ୍କ ପ୍ରତିନିଧିଙ୍କ ଏତେ କୁଣ୍ଠାବୋଧ କାହିଁକି,? ଏହା କଣ ଓଡ଼ିଆ ଅସ୍ମିତା!,ଆଉ ସବୁଠାରୁ ଦୁଃଖର କଣ କଥା କୌଣସି ଶୈକ୍ଷିକ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଯେଉଁଠାରେ ନିଜେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରିଣୀ ଅଛନ୍ତି,ଶିକ୍ଷାବିତି,ଆଇନୀଜୀବି,ବୃଦ୍ଧିଯିବି ଏବଂ ସମାଜସେବୀମାନେ ଉପସ୍ଥିତ ଥାଇ ବିଧାୟକଙ୍କ ପ୍ରତିନିଧିଙ୍କ ପ୍ରଭୁଶ୍ରୀ ଜଗନ୍ନାଥଙ୍କୁ ଏଭଳି ସମ୍ନାନ କୁ ବିରୋଧ ନ କରିବା ସମଗ୍ର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି,କିଛିଦିନ ତଳେ ନିଜେ ମାନ୍ୟବର ନିଆଳୀ ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକଙ୍କ ସଭାପତିତ୍ୱରେ ଜଗନ୍ନାଥ ମୋହସ୍ତବ 2025 କୁରାଙ୍ଗ ଶାସନ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିଲା,ସେଠାରେ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଥିଲା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯାଇଥିଲା,ସେହି କାର୍ଯ୍ୟକ୍ରମ ଟି ସଫଳ ମଧ୍ୟ ହୋଇଥିଲା,ଗୋଟିଏ ପଟେ ମାନ୍ୟବର ବିଧାୟକ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର କରୁଥିବା ଅନ୍ୟ ପଟେ ବିଧାୟକଙ୍କ ପ୍ରତିନିଧି ଜଗନ୍ନାଥଙ୍କୁ ଅସମ୍ନାନ କରିବା ସମସ୍ତ ଜଗନ୍ନାଥପ୍ରେମୀ ମନରେ ପ୍ରଶ୍ନବାଚୀ ସୁଷ୍ଟି କରୁଛି,ନୂଆକରି ସରକାର ଗଢ଼ିଥିବା ବିଜେପି ଦଳ କେତେବେଳେ ମୋଦୀ ଭକ୍ତ ଜଗନ୍ନାଥ ହେଉଛନ୍ତି ତ,ଆଉ କେତେବେଳେ ପ୍ରଭୁ ବଳଭଦ୍ର ନିଜେ ପଡିଯାଉଛନ୍ତି,କେତେବେଳେ ଜଗନ୍ନାଥଙ୍କ ମୋଦକ ଚୋରୀ ହେଇଯାଉଛି ତ,ଆଉ କେତେବେଳେ ଜଗନ୍ନାଥଙ୍କ ମନ୍ଦିର ଭିତର ଦୁଶ୍ୟ ଗୁପ୍ତ କ୍ୟାମେରା ରେ ରେକର୍ଡ ହେଉଛି,ଏଵେ ବାରଙ୍ଗ ବ୍ଲକ ନଗରୀ ପଂଚାୟତରେ ଜୋତା ପିନ୍ଧି ବିଧାୟକଙ୍କ ପ୍ରତିନିଧିଙ୍କ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳି ଦେଉଛନ୍ତି ଏଭଳି ଦୁଶ୍ୟ ବି ଦେଖିବାର ଥିଲା,ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାଥନା ଏଭଳି ଲୋକଙ୍କୁ ଆପଣ ସତବୁଦ୍ଧି ଦିଅନ୍ତୁ,