ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ସାଳଗାଁ ପଞ୍ଚାୟତ ମାଧପୁର ଗ୍ରାମବାସୀ ଙ୍କ ପାଈଁ ଷଣ୍ଢ ନିୟନ୍ତ୍ରଣ ମହଙ୍ଗା ସାବ୍ୟସ୍ତ ହୋଇଛି l ସ୍ୱାଧୀନତା ଦିବସ ଅବସରରେ ଉକ୍ତ ଘଟଣାକୁ ନେଇ ଜଣେ ଯୁବକ ଙ୍କ ଶାବଳ ମାଡ଼ରେ ଚାଷୀ ସନ୍ତୋଷ ସ୍ୱାଇଁ ଙ୍କ ମୁଣ୍ଡ ଫାଟିଛି l ଟାଙ୍ଗୀ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ଚରଣ ବାରିକ କୁ ଗିରଫ ପୂର୍ବକ କୋର୍ଟ ଚାଲଣ କରିଥିବା iic ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି l ମାଧପୁର ରେ ଷଣ୍ଡ ଉତ୍ପାତ ବୃଦ୍ଧି ପାଇଥିବାରୁ ଗ୍ରାମର ଚାଷୀ ମିଳିତ ହୋଈ ଏକ ଅର୍ଦ୍ଧନିମିତ୍ତ ପ୍ରକଳ୍ପ ପରିସରରେଷଣ୍ଡ କୁ ବନ୍ଦିକରୀ ସେମାନଙ୍କୁ ଦେଖାଶୁଣା କରୁଥିଲେ l ଏହାକୁ ବିରୋଧ କରି ଚରଣ ଚାଷୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଏକ ଶାବଳ ରେ ଚାଷୀ ସନ୍ତୋଷ ଙ୍କ ମୁଣ୍ଡକୁ ପିଟି ଫଟାଇ ଦେଇଥିଲେ