ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ(ଫୁଲନଖରା)(ଓଡ଼ିଶ୍ରୀ ଖବର)=ପ୍ରତାପନଗରୀ ସ୍ଥିତ ମା ଧାକୁଲେଇ ପୀଠରେ କମିଶନରେଟ ପୁଲିସ ଜୋନ-4 ର ସଦର ଓ 42 ମୌଜା ଥାନା ପକ୍ଷରୁ ଗଣେଶ ପୂଜା ଓ ଭଷାଣୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି,ଜୋନ 4 ଏସିପି ଶଶିକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,ବୈଠକ କୁ ଆଞ୍ଚଳିକ ଶାନ୍ତି କମିଟି ସମ୍ପାଦକ ସୁରେନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ,ଏଥିରେ କଟକ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଓମପ୍ରକାଶ ମହାନ୍ତି,ସଦର ଆଡିସିନାଲ ଆଇଆଇସି ରାମହରି ସେଠି,ଆଞ୍ଚଳିକ ଶାନ୍ତି କମିଟି ସଭାପତି ନିମାଇଁଚରଣ ଲେଙ୍କା,କାର୍ଯ୍ୟକାରୀ ସଭାପତି ତଥା ମା ଧାକୁଲେଇ ଗ୍ରାମ୍ୟ ଉର୍ନୟନ ସଭାପତି ପ୍ରମୋଦ ସ୍ୱାଇଁ,ସହ ସମ୍ପାଦକ ବାଦଲ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ,ଉଭୟ ଥାନା ଅଞ୍ଚଳର 150 ଟି ପୂଜା ମଣ୍ଡପ ରହିଛି,ନିଶାମୁକ୍ତ,ପଲିଥିନ ମୁକ୍ତ ପୂଜା ପାଳନ ସହ ଉଚ୍ଚ ଶକ୍ତି ସଂପନ୍ନ ବାଣ,ଡିଜେ ବାଜା ପରିବର୍ତ୍ତେ ପାରମ୍ପରିକ ବାଜା ବଜାଇବା,ଉଚ୍ଚ ଶବ୍ଦରେ ମାଇକ ନବଜାଇବା,ଗଣେଶ ମୂର୍ତ୍ତି କୁ ବିକୃତ ନ କରିବା,ମୂର୍ତ୍ତି କୁ ନଦୀରେ ବିସର୍ଜନ ନ କରି ଅସ୍ଥାୟୀ ପୋଖରୀ ରେ କରିବାକୁ ଗାଇଡ଼ ଲାଇନ ଦିଆଯାଇଛି,ସାଂସ୍କୁତିକ କାର୍ଯ୍ୟକ୍ରମ ରାତି 10ଟା ଭିତରେ ଶେଷ କରିବା ପାଇଁ କୁହା ଯାଇଥିଲା,ଅଗଷ୍ଟ 31 ତାରିଖ ରବିବାର ପ୍ରଥମ ଓ ସେପ୍ଟେମ୍ବର 7 ଓ 14 ତାରିଖରେ ଆଉ ଦୁଇ ପର୍ଯ୍ୟାୟରେ ଭସାଣି ସରିବ,କଟକ ଓ ଫୁଲନଖରା ଅଞ୍ଚଳ ର ସମସ୍ତ ସାମ୍ବାଦିକ ବନ୍ଧୁ ଏବଂ ସମସ୍ତ ପୂଜା କମିଟି ର କର୍ମକର୍ତା ଏବଂ ସଦସ୍ୟ ମାନେ ଯୋଗ ଦେଇଥିଲେ,