• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

ByOdishri Khabar

Aug 23, 2025
Spread the love

• ଶୋଭାଯାତ୍ରା ରେ ଡିଜେ ବନ୍ଦ
• ମେଢର ଉଚ୍ଚତା ୧୧ ଫୁଟ ମଧ୍ୟରେ ରହିବାନେଇ ନିଷ୍ପତ୍ତି
• ସୋସିଆଲ ମିଡିଆରେ ଅପପ୍ରଚାର ବନ୍ଦ ଉପରେ ଅଂକୁଶ
• ବିଦେଶୀ ପତକା ବ୍ୟବହାର ଉପରେ ପ୍ରତିବନ୍ଧକ

ଭଦ୍ରକ ୨୧.୦୮.୨୦୨୫ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଭଦ୍ରକର ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସୁଧିର ରଞ୍ଜନ ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ତହସିଲଦାର ଭଦ୍ରକ ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ଙ୍କ ସମେତ ଶାନ୍ତି କମିଟିର ସଦସ୍ୟ ଏବଂ ମୁସଲିମ ଜମାତର କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ବାର୍ଷିକ ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ଏବଂ ଭାଇଚାରା ର ସହିତ ଭଦ୍ରକ ସହର ସମେତ ଜିଲ୍ଲାରେ ପାଳନ କରାଯିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ରାଉତରାଏ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ କାମନା କରିଥିଲେ । ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଶାନ୍ତି କମିଟିର ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହିତ ଆଜିର ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ପଦକ୍ଷେପ ନିଆଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଚଳିତ ବର୍ଷ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ବାର୍ଷିକ ଉତ୍ସବରେ ଡିଜେ ର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରାଯିବା ସହିତ ବିଦେଶୀ ପତକା ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା, ସୋସିଆଲ ମିଡିଆରେ (ସାମାଜିକ ଗଣମାଧ୍ୟମ) ଯେପରି କୌଣସି ଧର୍ମିକୁ ଆକ୍ଷେପ କିମ୍ବା ଗୁଜବ ପ୍ରଚାର ନକରିବା ଦିଗରେ ଦୃଢ ପଦକ୍ଷେପ ନିଆଯିବବୋଲି ଆଲୋଚନା କରାଯାଇଥିଲା ଏଥିସହ ସମ୍ବେଦନଶୀଳ ଜାଗାମାନଙ୍କରେ CCTV ମାନ ଲଗାଯିବା ନେଇ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ସିରତ କମିଟି, ମୁସଲିମ ଜମାତ ର ସଭାପତି ଅବଦୁଲ ମୋକିତ୍ ଖାଁ ଚଳିତ ବର୍ଷ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ବାର୍ଷିକ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ର ବିସ୍ତୃତ ବିବରଣୀ ପ୍ରଦାନ ସହିତ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଉକ୍ତ ଉତ୍ସବ ଟି ସେପ୍ଟେମ୍ବର ୫ କିମ୍ବା ୬ ରେ ପାଳନ କରାଯିବା ନିମନ୍ତେ ଧାର୍ଯ୍ୟ କରାଯାଇଅଛି । ନିର୍ଦ୍ଧାରିତ ସମୟରେ ବିଭିନ୍ନ ସାହି ବସ୍ତିରୁ ୭୫ ଗୋଟି ତାଜିଆ ବାହାରିବା ସହିତ ଏହି ଶୋଭାଯାତ୍ରାରେ ପ୍ରାୟ ୨୫ ହଜାର ରୁ ଉର୍ଦ୍ଧ ମୁସଲିମ ସଂପ୍ରଦାୟରେ ଧାର୍ମିକ ବ୍ୟକ୍ତି ବିଶେଷମାନେ ଯୋଗ ଦେବେ ବୋଲି ସିରତ କମିଟି, ମୁସଲିମ ଜମାତ, ଭଦ୍ରକର ସଭାପତି ଅବଦୁଲ ମୋକିତ୍ ଖାଁ ସୂଚନା ପ୍ରଦାନ କରିଥିଲେ । ସେହିପରି ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ରୋଟାରିଆନ ତଥା ଶାନ୍ତି କମିଟିର ସଦସ୍ୟ ଅତିଶ ବେହେରା, ସମାଜ ସେବୀ ସୁଧାକର ରାଉତ, ଗୌରାଙ୍ଗ ପଣ୍ଡା, ସେକ ଉମର ଅଲ୍ଲୀ, ଏସ ଏମ ଫାରୁକ, ସେକ ମହମ୍ମଦ ଜକାଉଲ୍ଲା, ସେକ ଏନାମ ମହମ୍ମଦ, ହବିବୁଲ୍ଲା ଖାଁ, ଜମିଲ ଅକତର ଖାଁ, ମିର୍ଜା ଏକ୍ରାମ ବେଗ, ସେକ ରଜାଏ ରସୁଲ, ଅସରଫ ଅଲ୍ଲୀ ଖାଁ ପ୍ରମୁଖ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ବାର୍ଷିକ ଉତ୍ସବ କୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ନିମନ୍ତେ ଦିଗଦର୍ଶନ ପ୍ରଦାନ କରିଥିଲେ । ଉତ୍ସବ ପୂର୍ବରୁ ସହରରେ ରାସ୍ତାଘାଟ ର ମରାମତି, ଆଲୋକୀକରଣ, ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା, ସହରରେ ନିରବଚ୍ଛିନ ବିଦ୍ୟୁତ ଯୋଗାଣ, ବେଆଇନ ମାଦକ ଦ୍ରବ୍ୟ ଉପରେ କଟକଣା, ଅଗ୍ନିଶମ ବିଭାଗ ସେବାର ସୁବିନିଯୋଗ, ଯାନ ବାହନ ଚଳାଚଳ ନିୟମ କୁ କଡାକଡି ପାଳନ କରିବା ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଡାକ୍ତରୀ ସେବା ଯୋଗାଇଦେବା ସହିତ ଆମ୍ବୁଲାନ୍ସ ସହିତ ମେଡିକାଲ ଟିମ ର ବ୍ୟବସ୍ଥା ଉପରେ ବିଭିନ୍ନ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ । ସାହିପରି ରାସ୍ତାକୁ ଆର ପାର କରି କୌଣସି ତୋରଣ କରାଯିବ ନାହିଁ , ଲାଉଡ ସ୍ପିକର ପାଇଁ ଉପଜିଲ୍ଲାପାଳ, ଭଦ୍ରକ ଓ ମାର୍ଗ ଅନୁମତିପାଇଁ ସିଟି ଡିଏସପି ଙ୍କ ପାଖରୁ ଅନୁମତି ନେବେ ।  ଶେଷରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ରାଜସ୍ୱ) ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *