• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦାବି ପତ୍ର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା

ByOdishri Khabar

Aug 22, 2025
Spread the love

ରାୟଗଡା (ଓଡ଼ିଶ୍ରୀ ଖବର)ଭାରତୀୟ ମଜଦୂର ସଂଘର ଅନୁଗତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ରାଜ୍ୟ ସ୍ତରର ନିଷ୍ପତ୍ତିକୁ ଅନୁଗତ କରି ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଏହାର ଅଂଶରୂପ ରାୟଗଡ଼ାରେ ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଓ ସମ୍ପାଦିକା ଉଷାରାଣୀ ଦାଶଙ୍କ ନେତୃତ୍ୱରେ କାଳୀପୂଜା ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆୟୋଜନ କରାଗଲା। ପରେ ସେମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ, ଡେପୁଟି କଲେକ୍ଟର ନାରାୟଣ ମିଶ୍ର ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ମୀନତି ଦେଓଙ୍କୁ ଦାବି ପତ୍ର ପ୍ରଦାନ କଲେ।କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ ମୁଖ୍ୟ ଅତିଥି, ତଥା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ସଭାପତି ମୋହନ ରାଓ ମାଝି, ସକ୍ଷମ ପ୍ରାନ୍ତ ସଚିବ ଶ୍ୟାମ ଦାସ, ଧର୍ମ ସିଂ ନାଗ ଓ ଦୁର୍ଗା ମାଧବ ଘୋଷ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ।ନେତାମାନେ କହିଥିଲେ, ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର କମାଇବାରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଭୂମିକା ଅସାଧାରଣ। ସେହିପରି ସରକାରୀ ଯୋଜନା ସଫଳ କରିବାରେ ସେମାନେ ଦିନରାତି କଷ୍ଟ କରୁଛନ୍ତି। ତଥାପି ଦୀର୍ଘଦିନ ଧରି ସେମାନଙ୍କ ଦାବିଗୁଡ଼ିକୁ ଅବହେଳା କରାଯାଉଛି। ସରକାର ଯଦି ତୁରନ୍ତ ସମାଧାନ ନ କରେ, ତେବେ ଭାରତୀୟ ମଜଦୂର ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରମିକ ନେତା ଯୋଗେଶ୍ୱର ଦାସ ସଚେତନ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ମମତା କୁମାରୀ ବିରିଦଳାଇ, ମୋହିନୀ ପାଲାକା, ବିଷ୍ଣୁ ପ୍ରିୟା ଦଳେଇ, ସଂଯୁକ୍ତା ରଥ, ମୁଞ୍ଜୁଳା ମଣ୍ଡଳ, ଯୋତ୍ସ୍ନା ସାହୁ, ଶାନ୍ତି କାଡ୍ରାକା, ହେମଲତା ଚୌଧୁରୀ, ବାସନ୍ତୀ ଜିଲାକାରା, ସଞ୍ଜୁକ୍ତା ହରପାଲ ଓ ରୀତାରାଣୀ ପଣ୍ଡା ପରିଚାଳନା କରିଥିଲେ।ଦାବି ଗୁଡିକ ମଧ୍ୟରେ
୧ – ପୋଷଣ ଟ୍ରାକରରେ FRS ସମୟରେ ହେଉଥିବା (କ) Network Problem (ଖ୍) Highscale Verson କାର୍ଯ୍ୟ କରିବାକୁ ଉନ୍ନତମାନର ମୋବାଇଲ ଅଭାବ (ଗ) ଆଧାର ସହିତ ମୋବାଇଲ ଲିଙ୍କ ନଥିବା (ଘ) Network problem ଯୋଗୁଁ ହିତାଧିକାରୀ ମକନ୍ଦ୍ରରୁବାରମ୍ୱାର ଫେରିବା (ଙ) Photo Mismatch ହେବା ଇତ୍ୟାଦି | ଏଣୁ ଉନ୍ନତମାନର mobile ସହିତ

ଉନ୍ନତମାନର Network ଏବଂ Wifi ର ବ୍ୟସ୍ଥା କରିବା, ତିନିମାସମର Recharge ବାବଦକୁ ନଅ ଶହ ଟଙ୍କା ଯୋଗାଇବା

ସହିତ ଛଅ ମାସକୁ ଥରେ Face Capture କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁମରାଧ।

୨- ମୋବାଇଲ ଦ୍ବାରା ଅନଲାଇନ କରାଯାଉଥିବା କାର୍ଯ୍ୟକୁ ପୁଣି ଥରେ ଅପଲାଇନରେ ଭିନ୍ନ ଭିନ୍ନ ରେକଡ୍ ରେଜିଷ୍ଟର ପୂରଣ କରିବା ଯୋଗୁଁ ଅଙ୍ଗନୱାଡି କର୍ମୀଙ୍କୁ ଅଯଥା ଦୁଇ ଗଣିତ କାର୍ଯ୍ୟରେ ଚାପଗ୍ରସ୍ଥ ହେବାକୁ ପଡୁଛି ।

ଏଣୁ ଅନଲାଇନରେ ହେଉଥିବା

କାର୍ଯ୍ୟକୁ ପୁନର୍ବାର ଅପଲାଇନରେ କରିବା ବନ୍ଦ କରାଯାଉ।

୩ – ପ୍ରତି ଶନିବାର କିଶୋରୀ ବାଳିକା ମାନଙ୍କ ନିମନ୍ତେ MSPY ଯୋଜନାରେ ଦୁଇଟି ସିଝା ଅଣ୍ଡା ଓ ଦୁଇଟି କଞ୍ଚା ଅଣ୍ଡା ବଣ୍ଟନ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ କିନ୍ତୁ ଏହି ଯୋଜନାରେ ଆସୁଥିବା ଅର୍ଥରାଶି Joint A/C ରେ ପୂର୍ବରୁ ଜମା କରାଯାଉ ।ସିଝା ଅଣ୍ଡା ନିମନ୍ତେ ଜାଳେଣି କେଉଁ ଅର୍ଥ ରୁ ଖର୍ଚ ହେବ ତାହା ସ୍ପଷ୍ଟ କରିବା ପାଇଁ ବିଭାଗ କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ
୪ . ପ୍ତତି ବ୍ଳକ ଏବଂ ଜିଲାରେ ଅଭିଯୋଗ ନିବାରଣ କମିଟି ଗଠନ କରି ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ
୫. ହିତାଧିକାରୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଖାଦ୍ୟ ସାମଗ୍ରୀ ଉନ୍ନତ ମାନର ଯୋଗାଇ ଦେବାକୁ ଅନୁରୋଧ
୬. ଅଙ୍ଗନୱାଡି ନିଜସ୍ଵ ଗୃହ ନିର୍ମାଣ ରେ ପୂର୍ବଭଳି ନିର୍ମାଣ ନକରି ଉନ୍ନତ ମାନର କେନ୍ଦ୍ର ତିଆରି କରିବା ସହିତ ପ୍ରତି କେନ୍ଦ୍ରକୁ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ।
୭. କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ସହିତ ପରିବାରର ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ସେହି ସ୍ଥାନରେ ନିଯୁକ୍ତି ସୂଯୋଗ ଦିଆଯାଉ

  1. ଅବସରପ୍ରାପ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନିମନ୍ତେ Disengage Word କୁ ଉଛେଦ କରି Retirement Word ବ୍ୟବହାର କରାଯାଉ ଏବଂ ଅବସରକାଳୀନ ସହାୟତା ରାଶି ୨ ମାସ ମଧ୍ୟରେ ପ୍ରଦାନ କରାଯାଉ
  2. ନିର୍ବାଚନ ଇସ୍ତାହାରକୁ ତୁରନ୍ତ ଲାଗୁ କରି କର୍ମୀ ଓ ସହାୟିକାଙ୍କ ମନୋବଳ ବଢ଼ାଇବା ସହିତ କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଉ ତଥା New Education Policy ରେ ଯୋଗ୍ୟତା ଭିତ୍ତିରେ ଅଙ୍ଗନୱାଡି କର୍ମୀଙ୍କୁ ସୂଯୋଗ ଦେବାକୁ ଅନୁରୋଧ
    10.

Leave a Reply

Your email address will not be published. Required fields are marked *