• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପୋଲିଶକୁ ମିଳିଛି ବଡ଼ ଧରଣର ସଫଳତା

ByOdishri Khabar

Aug 22, 2025
Spread the love

ବାଇକ ଚୋରୀ ଦଳର ପର୍ଦ୍ଦଫାଶ

୩ ଗିରଫ ସମେତ ୧୬ ଚୋରୀ ବାଇକ ଜବତ

ରାଉରକେଲା ସହର ସଂଲଗ୍ନ ରଘୁନାଥପାଲି ପୋଲିଶ ବାଇକ ଚୋରୀ ଗ୍ୟାଙ୍ଗର ପର୍ଦ୍ଦଫାଶ କରିବା ସହ ୧୬ ଟି ବାରିକକୁ ମଧ୍ୟ ଜବତ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଜ୍ଞ ବାଇକ ଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ମାନେ ଜଲଦା ନିବାସୀ ଶଙ୍କର ଲୋହାର ଓରଫ ସୋନୁ ( ୩୬ ) , କୋଇଡା ଥାନା ଅଞ୍ଚଳର ବାସୀନ୍ଦା ରବି ଲୋହାର ( ୨୧ ) ଓ ପଣ୍ଡା ମହାକୁଡ଼ ( ୩୨ ) ବୋଲି ଜଣାପଡ଼ିଛି । ଆଜି ରାଉରକେଲା ଏସପି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ତେବେ ଏହି ଚୋରୀ ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ତଦନ୍ତ ଜାରି ରହିଛି ‌ । ଗିରଫ ଅଭିଯୁକ୍ତମାନଙ୍କ ନାମରେ ଅନ୍ୟ ମାମଲା ସବୁକୁ ତଦାରଖ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଗ୍ୟାଙ୍ଗରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଧରାଯିବ ବୋଲି ପୋଲିଶ ଅଧିକାରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *