ଶୁକ୍ରବାର, ସକାଳ ୮ ଘଟିକା ସମୟରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ ଚୌଦ୍ୱାର ଶିଶୁ ବିଦ୍ୟାମନ୍ଦିର ରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ୭୯ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଶିଶୁ ଭାଇଭଉଣୀ ଓ ଗୁରୁଜୀ ଗୁରୁମାମାନେ ପ୍ରଭାତ ଫେରି କାର୍ଯ୍ୟକ୍ରମ ସମାପ୍ତ କରି ଆସିବା ପରେ, ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ପୌରହିତ ରେ ମୁଖ୍ୟ ଅତିଥି ଚୌଦ୍ୱାର କଟକ ର ସମାଜ ସେବୀ ନୟନ କିଶୋର ମହାନ୍ତି ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଭାରତୀୟ ସଂସ୍କୃତି ରେ ଶିଶୁମନ୍ଦିର ଭୂମିକା ସମ୍ପର୍କ ରେ ମାଗଦର୍ଶକ କରିଥିଲେ l ପ୍ରଧାନ ଶିକ୍ଷକ ସାରଦା ପ୍ରସାଦ ମହାନ୍ତି ଓ ସମିତି ର ସଦସ୍ୟ ବିରୁପାକ୍ଷ କର ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ l ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ବାଣୀ ଭୂଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପଚାଶ ରୁ ଉର୍ଦ୍ଧ ଭାଇ ଭଉଣୀ ରାଧା କୃଷ୍ଣ ବେଶ ଧାରଣ କରି ଏକ ଏହାପରେ ଶିଶୁ ଅରୁଣ ରୁ ପ୍ରଭାତ ଶ୍ରେଣୀ ଶିଶୁମାନଙ୍କୁ ନେଇ କୃଷ୍ଣ ବେଶ ଓ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କ ପୂର୍ଣ ସହଯୋଗରେ ସଫଳ ହୋଇଥିଲା |