ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟାକୁ ନେଇ ଜନ ଅସନ୍ତୋଷ ତେଜିବା ରେ ଲାଗିଛି l
*ପଞ୍ଚାୟତରେ ଥିବା ଏକମାତ୍ର ମଧୁସୂଦନ ପାର୍କର ଉପଯୁକ୍ତ ରକ୍ଷଣା ବେକ୍ଷଣ ନ ହେବାରୁ ପାର୍କ ଟି ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ବନ୍ଦ ପଡିଛି l ସେଇଭଳି ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପର ବି ମରାମତି ହେଉ ନାହିଁ l
*ରାସ୍ତା ଘାଟ ର ମରାମତି ନ ହେବାରୁ ଟିକିଏ ବର୍ଷା ହେଲେ ପାଣି ଜମି ରହୁଛି ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଞ୍ଚାୟତ ବାସୀ l
*ପଞ୍ଚାୟତ ଅଧୀନରେ ଥିବା ଶିମିଳିହାଣ୍ଡ୍ ଗ୍ରାମରେ ଉତ୍କଟ ପାନୀୟ ଜଳ ସଂକଟ ଏ ନେଇ ସ୍ତାନୀୟ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ହୋଇଥିଲେ ହେଁ କୌଣସି ସୁଫଳ ମିଳି ପାରୁନି ବୋଲି ଅଭିଯୋଗ କରିଛନ୍ତି ବିଜେପି ଇନ୍ଦ୍ରାଣୀ ପାଟଣା ମଣ୍ଡଳ ଉପ ସଭାପତି ଦୀପକ କୁମାର ବରାଳ l
*ଆହୁରି ମଧ୍ଯ ପଞ୍ଚାୟତ ନିର୍ବାଚନକୁ 3 ବର୍ଷ ପୁରିଥିଲେବି ପଞ୍ଚାୟତରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ନାହିଁ ଯାହା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି l
*ପଞ୍ଚାୟତ ର ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣି ସାଧାରଣ ଲୋକଙ୍କ ନିକଟତର ହୋଇ ସୁଖ ଦୁଖଃ ର ବନ୍ଧୁ ସାଜୁଥିବା ଦୀପକ ବରାଳ ଙ୍କ ପ୍ରତି ଜନ ସମର୍ଥନ ବଢିବାରେ ଲାଗିଛି l ତେବେ ଆସନ୍ତୁ ଶୁଣିବା ପଞ୍ଚାୟତ ର ଏ ସମସ୍ୟା ବିଷୟରେ କଣ କହୁଛନ୍ତି ସେଇ ସୁଖ ଦୁଃଖର ସାଥି ଦୀପକ ବରାଳ ଙ୍କ ଠାରୁ……