• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପବିତ୍ର ୭୯ ତମ ସ୍ବାଧିନତା ଦିବସ ସମଗ୍ର ଭାରତବର୍ଷରେ ପାଳିତ

ByOdishri Khabar

Aug 20, 2025
Spread the love

୭୯ ତମ ସ୍ବାଧିନତା ଦିବସ ସମଗ୍ର ଭାରତବର୍ଷରେ ପାଳିତ ହେଉଥିବା ବେଳେ କଟକ ର ଅନନ୍ୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ଉତ୍କଳ ବାହିନୀ ପକ୍ଷରୁ ଏହି ଉତ୍ସବ କଟକର ବେଲଭ୍ଯୁ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ପରିସରରେ ବାହିନୀ ର ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ତଥା ସୁନାମଧନ୍ୟ ଆଇନଜୀବୀ ଶ୍ରୀ ସୈ।ରଚନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।ପରେ ପରେ ଜାତୀୟ ସଙ୍ଗୀତ ଗାନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ଅନ୍ୟ ଅତିଥି ଭାବେ କଟକ ମହାନଗର ଶାନ୍ତି କମିଟି ର ସମ୍ପାଦକ ଶ୍ରୀ ଭିକାରୀ ଦାସ ଯୋଗଦେଇଥିଲେ। ମୂଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ୭୯ ବର୍ଷର ସ୍ବାଧୀନତା ପରେ ମଧ୍ୟ ଆମେ ସମସ୍ତେ ପରାଧୂନ ଭାବେ ନିଜକୁ ଭାବୁଛେ ଏବଂ ଏହା ଏକ ଦୁଃଖ ଓ ପରିତାପର ବିଷୟ ବୋଲି କହିବା ସହ ସମସ୍ତେ ମିଶି ଏହି ସ୍ବାଧୀନତା କୁ ନିଜର ପ୍ରକୃତ ପରିଚୟ ବୋଲି ଦାବି କରିବା ବର୍ତ୍ତମାନ ସମାଜରେ ଆବଶ୍ୟକ ବୋଲି କହିଥିଲେ। ଅତିଥି ଶ୍ରୀ ଦାସ ସ୍ବାଧୀନତା ହିଁ ସମଗ୍ର ଭାରତବର୍ଷର ଏକ ସ୍ବତନ୍ତ୍ର ପରିଚୟ ଏହାକୁ ବଜାୟ ରଖିବାକୁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ। ଆବାହକ ପୂଣ୍ୟଶ୍ଲୋକ ମହାନ୍ତି ସାରା ରାଜ୍ୟରେ ଓଡ଼ିଶା ଉତ୍କଳ ବାହିନୀ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସମସ୍ତ ସନାତନ ଧର୍ମୀ ଓ ଭାରତୀୟ ମାନଙ୍କୁ ସନାତନ ଧର୍ମ ଓ ସ୍ବାଧୀନ ଭାରତର ନାଗରିକ ମାନଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରିଚାଲିଛି ଏବଂ ଆଗକୁ ବହୁତ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥୂଲେ। ଏହି କାର୍ଯ୍ୟକ୍ରମ ର ସ୍ବତନ୍ତ୍ର ଆକର୍ଷଣ ରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ରୋଟାରୀଆନ୍ ଶ୍ରୀ ମହେନ୍ଦ୍ର କୁମାର ଦାସ, ସ୍ବତନ୍ତ୍ର ଆରକ୍ଷୀ ଅଧିକାରୀ ଶ୍ରୀ କିଶୋର କୁମାର ପଣ୍ଡା, ବିଶିଷ୍ଟ ରାମଲୀଳା ନିର୍ଦ୍ଦେଶକ ଶ୍ରୀ ରଣଜିତ ପ୍ରସାଦ ଜେନା, ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶଶଧର ପଣ୍ଡା,ବୈଦ୍ୟରାଜ ଶ୍ରୀ ରଞ୍ଜନ ବିହାରୀ ରାୟ, ସମାଜସେବୀ ଓ ସଂଗଠକ ଶ୍ରୀ ପ୍ରଶାନ୍ତ କୁମାର ଜେଠୀ ଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ” ସୂଦର୍ଶନ ସେବା ସମ୍ମାନ -୨୦୨୫” ସମ୍ମାନ ର ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅବଶେଷରେ ଶ୍ରୀ ଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସଞ୍ଜିବ କୁମାର ସିଂହ, ଶ୍ରୀମତୀ ନୀଲମ ଦାସ, ଶ୍ରୀ ରଞ୍ଜନ ମହାରଣା, ଶ୍ରୀ ଆକାଶ ମହାରଣା, ଶ୍ରୀ ମୁନା ଦ୍ବିବେଦୀ, ଶ୍ରୀ ସୁନାକର ସାହୁ, ଶ୍ରୀମତୀ ମିନତୀ ବିଶ୍ବାଳ, ଶ୍ରୀମତୀ ବେବିନା ରାୟ, ଶ୍ରୀ ସୁବାସ ମହାନ୍ତି, ଶ୍ରୀ ବିନୟ ବେହେରା, ଶ୍ରୀ ବିଜୟ ଦଳେଇ, ଶ୍ରୀ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ମହାସମାରୋହର ବିଶେଷ ଆକର୍ଷଣ ଥିଲା ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନିଗମ ର ସଫେଇ କର୍ମଚାରୀମାନେ ଯୋଗଦେଇଥିଲେ ଯାହା ଓଡ଼ିଶା ଉତ୍କଳ ବାହିନୀ ର ମହନୀୟତା ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି।

Leave a Reply

Your email address will not be published. Required fields are marked *