କଟକ: ତା:- ୨୦/୦୮/- ସ୍ବାଧୀନ ଭାରତର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ,ଭାରତ ରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ତଥା ଅକ୍ଷୟ ଊର୍ଜା ଦିବସ କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ନିର୍ମଳ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଗତିବାଦୀ ଚିନ୍ତା ଧାରା ,ଉଚ୍ଚ କୋଟୀର ବୈଦେଶିକ ନୀତି,ରାଜୀବ ଙ୍କୁ ଚିର ସ୍ମରଣୀୟ କରି ରଖିଛି ।ଭୋଟ ମତଦାନ ଅଧିକାର ୨୧ ବର୍ଷ ପରିବର୍ତ୍ତେ ୧୮ବର୍ଷ କରିବା,କୁଷ୍ଠ ନିରାକରଣ, ସମସ୍ତଙ୍କୁ କାମ,ସମସ୍ତଙ୍କୁ ସ୍ୱାକ୍ଷର କରିବା ଥିଲା ତାଙ୍କର ମୂଳ ଲକ୍ଷ୍ୟ ।ପୃଥିବୀରୁ ଶକ୍ତି ସଂକଟ ଦୂର କରିବା,ଅକ୍ଷୟ ଶକ୍ତିର ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ ।ରାଜୀବ ଥିଲେ ଯୁବ ଶକ୍ତିର ଉତ୍ସ ।ତାଙ୍କ ଜନ୍ମଦିନକୁ ଭାରତ ସରକାର ଅକ୍ଷୟ ଉର୍ଜା ଦିବସ ଭାବେ ପାଳନ କରି ଆସୁଛନ୍ତି ବୋଲି ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ପ୍ରାକ୍ତନ ଉପସଭାପତି ଶିଶିର ରଥ,ରାଜେଶ୍ ସ୍ୱାଇଁ ଓ ମନୋଜ ବିଶ୍ଵାଳ, କଂଗ୍ରେସ ମୁଖ୍ୟ-ମୁଖପାତ୍ର ମାନସ ପରିଡ଼ା,ବରିଷ୍ଠ କଂଗ୍ରେସ ନେତା ରାମ ଚନ୍ଦ୍ର ଗୋଚ୍ଛାୟତ,ନଗର ଯୁବ କଂଗ୍ରେସ ସଭାପତି ବିପ୍ଳବ ଶିଳାଦିତ୍ୟ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ୍, ନଗର କଂଗ୍ରେସ ଉପସଭାପତି ଜିତେନ୍ଦ୍ର ଶତପଥୀ,ସାଧାରଣ ସମ୍ପାଦକ ଜୟନାରାୟଣ ତ୍ରୀପାଠୀ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ,ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସମ୍ପାଦକ ଦିଲ୍ଲୀପ ଦଳାଇ, ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, ଙ୍କ ସମେତ ରଜନୀ ବସ୍ତିଆ,ସନ୍ତୋଷ ବିଶ୍ଵାଳ,ସୁବ୍ରତ ସ୍ୱାଇଁ,ୠଷି କାଣ୍ଡୀ, ରାମ ଚନ୍ଦ୍ର ସାହୁ, ବିଜୟ ବେହେରା,ସୀତାକାନ୍ତ ପଣ୍ଡା, ନିହାର ନନ୍ଦ,ପ୍ରାକ୍ତନ କର୍ପୋରେଟର ପ୍ରଶାନ୍ତ ଭୋଇ,ପ୍ରମୁଖ ଯୋଗଦେଇ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ