ବିଜେଡି କଲା ବିଜେପି ଆକ୍ରମଣ
ନିଜର ବାଣରେ ବିଜେପିକୁ ଘାଇଲା କଲେ ବିଜେଡି ସୁପ୍ରିମୋ….
ଗତ କିଛି ଦିନ ହେବ ଡାଲି ଚାଉଳ ଠୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁ ର ଦରଦାମ ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ବିଜେଡି ଆକ୍ରମଣ କରିଛି ବିଜେପି କୁ । ବିଜେପି ଆଇ ମା କାହାଣୀ କହୁଛି ବୋଲି ଏମିତି କହି ବିଜେପି ଉପରେ ପ୍ରହାର କରିଛନ୍ତି ନବୀନ ପଟ୍ଟନାୟକ । ହଁ ଦର୍ଶକ ଆପଣ ମାନେ ସମସ୍ତେ ଜାଣନ୍ତି ଗତ କାଲି ଭୁବନେଶ୍ବର ଲୋୟଏର ପି ଏମ ଜି ଛକରେ ବିଜେଡି ଆରମ୍ଭ କରିଛି ବିକ୍ଷୋଭ । ଏହି ବିକ୍ଷୋଭରେ ବହୁ ଦଳିଅ କର୍ମୀଙ୍କ ସହ ଅନେକ ଲୋକ ମାନେ ମିଶି ବିଜେପି ବିରୋଧ ରେ ବିକ୍ଷୋଭ କରିଥିଲେ । ଆଉ ଏହି ବିକ୍ଷୋଭ ଦେଖିବା ପରେ ବିଜେପି ମଧ୍ୟ କଡା ଜବାବ ରଖିଥିଲା । ଜବାବରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ କୁଆଡେ ଏହା ବିଜେଡିର ଏକ ନାଟକ ବୋଲି । ଆଉ ପୁଣି ରାଜ୍ୟରେ କୁଆଡେ ପନିପରିବା ଦର ବହୁତ କମ୍ ଅଛି। ଡାଲି, ତେଲ ଆଦିର ଦର ଅନ୍ୟ ଦେଶ ତୁଳନାରେ ଓଡ଼ିଶାରେ କମ ରହିଛି। ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ନାଟକ ଛଡା ଆଉ କିଛି କରୁ ନାହିଁ । ଏଣେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେଡି ସରକାର ସମୟରେ ଦରଦାମ ବୃଦ୍ଧିରେ ଓଡ଼ିଶା ଏକ ନମ୍ବର ଥିଲା। ସ୍ଥିତି ଏବେ ଧୀରେ ଧୀରେ ସୁଧୁରୁଛି। ବିଜେଡି ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ବିଜେଡି ଆନ୍ଦୋଳନ କରୁଛି। କିନ୍ତୁ ନବୀନଙ୍କ କଥା ଏବେ ରାଜ୍ୟ ସାରା ହଇଚଇ ସୃଷ୍ଟି କରିଛି । ବିଜେଡି ସୁପ୍ରିମୋ ଏହି ବିକ୍ଷୋଭରେ ବିଜେପି ଆଈ ମା କାହାଣୀ କହୁଛି କହି ରାଜ୍ୟ ସରକାର ସହ ସମସ୍ତ ବିଜେପି କର୍ମୀଙ୍କୁ ଟାର୍ଗେଟ କରିଛି । କେବଳ ଏତିକି ନୁହେଁ
ହେଲେ କିଏ ସତ କହୁଛି କିଏ ମିଛ ତାହା ସମୟ କହିବ ଆଉ ଆପଣ ମାନେ ହି ବିଚାର କରିବେ । ନିଜ ଶାଣିତ ଆକ୍ରମଣ ରେ ସୁପ୍ରିମୋ ସିଧାସଳଖ ଟାର୍ଗେଟ୍ କରି କହିଥିଲେ, ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ସାତ ମାସ ହୋଇଗଲା କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ। କିନ୍ତୁ କାମ ଘର ଶୂନ। ଏପଟେ ଦରବୃଦ୍ଧି ମାଡ଼। ସେପଟେ ଜିଏସ୍ଟି ମାଡ଼। ସବୁ ଜିନିଷରେ ଜିଏସ୍ଟି। ଗରିବ ଲୋକ ଅଧିକ ଜିଏସ୍ଟି ଦେଉଛନ୍ତି। ଲୋକଙ୍କ ଉପରେ ଡବଲ୍ ଇଞ୍ଜିନ୍ ଡବଲ୍ ମାଡ଼ କରୁଛି।ନବୀନ କହିଥିଲେ, ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁ ନାହିଁ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। କେବଳ ଏତିକି ନୁହେଁ ମା’ମାନେ ଚାଷୀ କାନ୍ଦୁଛନ୍ତି ବୋଲି କହିବା ସହ ଏବେର ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଓ ଗୋଲାପି ଚିତ୍ର ଦେଖାଇ ମହଙ୍ଗା ମାଡ କଲେ । ହେଲେ ଏ ଦୁଇ ଦଳ କଥାରୁ କିଏ ସତ କହୁଛି କିଏ ମିଛ ତାହା ତ ସମୟ ହିଁ କହିବ । ବାସ ଦେଖିବାକୁ ବାକି ରହିଲା ଏ ଦଳୀୟ କନ୍ଦଳ କେଉଁ ମୋଡକୁ ନେଉଛି ।