• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଟ୍ରକ ଧକ୍କାରେ ବାପ ପୁଅ ମୃତ୍ୟୁ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ସମେତ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ହୋଇଛନ୍ତି । ମୋହନ ରାୟଗୁରୁ ତାଙ୍କ ସ୍ତ୍ରୀ ଗାୟତ୍ରୀ ରାୟଗୁରୁ ଓ ପୁଅ ତ୍ରୟମ୍ବକମ୍ ଏକ ଟିଭିଏସ ଏକ୍ସଏଲ ଗାଡିରେ କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ତିଛୀଣୀ ଗ୍ରାମରୁ ୟୁଡିଏସପୁର ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଅରୁଣପୁର ଗ୍ରାମ ନିକଟରେ ରମ୍ଭାରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେମାନେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ତ୍ରୟମ୍ବକମ୍ ଙ୍କୁ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ମାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ବ୍ରହ୍ମପୁର ମେଡ଼ିକାଲରେ ବାପା ମୋହନ ରାୟଗୁରୁ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଅନ୍ୟପଟେ ଅରୁଣପୁର ଗ୍ରାମ ସ୍ଥିତ ଅଲେଶ୍ଵର ମନ୍ଦିର ଛକ ନିକଟରେ ମୃତକଙ୍କ ପରିବାର ବର୍ଗଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହିତ ଗୁରତ ର ମାଆ ଗାୟତ୍ରୀ ରାୟଗୁରୁ ଙ୍କ ଉତ୍ତମ ଚିକିତ୍ସା ଏବଂ ପରିବାର ର ଭରଣ ପୁଷଣ ଦାବୀ ନେଇ ତିଛିଣୀ ଗ୍ରାମ ଓ ଅରୁଣ ଗ୍ରାମ ଯୁବକମାନେ ବାସିନ୍ଦା ମାନେ ରାସ୍ତାରୋକ କରିଛନ୍ତି l ଘଟଣା ସ୍ଥଳରେ ହୂମ୍ମାଫା ଣ୍ଡି ଓ ରମ୍ଭା ପୋଲିସ ସମେତ ଗଞ୍ଜାମ ଏମଭିଆଇ ଉପସ୍ଥିତ ରହି ତଦନ୍ତ କରୁଛନ୍ତି

Leave a Reply

Your email address will not be published. Required fields are marked *