ଅନୁଗୋଳ ବନଖଣ୍ଡ ପୁରୁଣାଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ।ମୃତ ବୃଦ୍ଧ ହେଲେ ସେହି ଗାଁର ଶମ୍ଭୁ ପ୍ରଧାନ (୬୨ ) ।ଶମ୍ଭୁ ଗତକାଲି ଦିନ ଦ୍ବିପ୍ରହର ସମୟରେ କୌଣସି କାମରେ ଘର ନିକଟ ଜଙ୍ଗଲକୁ ଯାଇଥିବା ସମୟରେ ଏକ ହାତୀ ଆକ୍ରମଣ କରିଥିଲା ।ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳ ସମୟରେ ଲୋକ ମାନେ ସେହି ଅଞ୍ଚଳକୁ ଯାଇଥିଲେ। ଦେଖିବାକୁ ପାଇଲେ ଯେ, ଶମ୍ଭୁ ଙ୍କର ମୃତ ଶରୀର ପଡି ରହିଛି। ଶମ୍ଭୁଙ୍କ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖାଦେଇଛି ।ଅସନ୍ତୁଷ୍ଟ ଗ୍ରାମବାସୀ ହାତୀ ଉପଦ୍ରବରୁ ଧନ ଜୀବନକୁ ସୁରକ୍ଷା ଦେବା ଦାବି ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିକରି ଅଡ଼ି ବସିଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ବନ ବିଭାଗ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁଛି।