• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସଙ୍କଟ ମୋଚନଙ୍କ ମନ୍ଦିରରେ ଶାନ୍ତି ଯଜ୍ଞ

Spread the love

ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ : ଅଉଖମା ଗ୍ରାମର ଶ୍ରୀ ଶ୍ରୀ ସଙ୍କଟ ମୋଚନଙ୍କ ମନ୍ଦିର କମିଟି ଓ ଆବାହକ ସ୍ଵର୍ଣ୍ଣ ତାରା ପୂଜ୍ୟପୂଜା ସଂସଦ ପକ୍ଷରୁ ଆଜି ମଙ୍ଗବାର ସକାଳ ୧୦ ଟା ୩୦ ମିନିଟ ସମୟରେ ଶ୍ରୀ ଶ୍ରୀ ପ୍ରଭୁ ସଙ୍କଟ ମୋଚନଙ୍କ ମନ୍ଦିର ପ୍ରାଙ୍ଗଣରେ ବୈଦିକ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ଵାରା ଏକ ଶାନ୍ତି ଯଜ୍ଞ ଅନୁଷ୍ଟିତ ହୋଇଥିଲା। ଏହି ଶାନ୍ତି ଯଜ୍ଞରେ କର୍ତ୍ତା /କର୍ତ୍ତୀ ମାନେ ହେଲେ ବିଜୟ କୁମାର ସାହୁ ଓ ତାଙ୍କ ସହର୍ମିଣୀ,ସୁଶାନ୍ତ କୁମାର ସାହୁ ଏବଂ ତାଙ୍କ ସହର୍ମିଣୀ,ଫକୀର ମୋହନ ସାହୁ ଏବଂ ତାଙ୍କ ସହର୍ମିଣୀ ଯୋଗ ଦେଇ ଥିଲେ । ପରେ ଦିନ ୧୨ ଟା ୩୦ ମିନିଟ ସମୟରେ ବୈଦିକ ପ୍ରବଚନ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା (ଓଟିଭି) ସର୍ବେ ଭବନ୍ତୁ ସୁଖିନ୍ନ କାର୍ଯ୍ୟକ୍ରମର ପ୍ରବଚକଙ୍କ ଦ୍ଵାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ପ୍ରବଚକ ଶ୍ରୀ ପଣ୍ଡା ତାଙ୍କ ପ୍ରବଚନ ମଧ୍ୟମରେ ମାନବ ଜୀବନକୁ ସଫଳ କରିବା କେମିତି,ମନୁଷ୍ୟ ଜନ୍ମ ଓ ପୂର୍ବଜନ୍ମ ବିଷୟରେ ଆଲୋଚନା କରିଥିଲେ ଏବଂ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଢେ଼ଙ୍କାନାଳ ଓ ଛ ଦେଶ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏହାକୁ ଆୟୋଜନ କରିଥିଲେ,ସ୍ଵର୍ଣ୍ଣ ତାରା ପୂଜ୍ୟପୂଜା ସଂସଦ ଆବାହିକା ଇଞ୍ଜିିୟର ଦେବସ୍ମିତା ସାହୁ, ସଭାପତି ମଧୁସୂଦନ ଶତପଥୀ, ସମ୍ପାଦକ ଇଞ୍ଜିିୟର ଫକୀର ମୋହନ ସାହୁ ତାଙ୍କ ସହ ଧର୍ମୀଣୀ ଉପ ସଭାପତି ସ୍ଵର୍ଣ୍ଣପ୍ରଭା ସାହୁ,ମନ୍ଦିରର ପୂଜକ ମିଲୁ ନନ୍ଦ ଏବଂ ମନ୍ଦିର କମିଟି ସଦସ୍ୟ ସୁଶାନ୍ତ ସାହୁ,ମିଲୁ ସାହୁ, ପ୍ରଦୀପ ସାହୁ,ନଦିଆ, ଅମ୍ବୁଜ,ସନ୍ଦୀପ,ନିଦ୍ଧିରାମଙ୍କ ପକ୍ଷରୁ ଢେ଼ଙ୍କାନାଳ ଓ ଛ ଦେଶ ଅଞ୍ଚଳରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ମଧ୍ୟ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହିତ ଶେଷରେ ଶାନ୍ତି ଯଜ୍ଞ ପୁନାରହୁତୀ କରାଯାଇଥିଲା ।

Leave a Reply

Your email address will not be published. Required fields are marked *