• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଦୁଇ ଦିନ ଧରି ଜଙ୍ଘା ପୂଜା ଅନୁଷ୍ଠିତ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1,"addons":2,"remove":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଦେବଗଡ଼ ଜିଲ୍ଲା ର ବିଭିନ୍ନ ଅଂଚଳ ରେ ଶାମ୍ବ ଦଶମୀ ରେ ସୂର୍ଯ୍ୟ ଙ୍କ ପୂଜା କରିବା ସହିତ ଗୌଣ୍ଡ କ୍ଷତ୍ରିୟ ଷଡ ବଂଶୀ ଓ ଗଣ୍ଡୁଆନା ଜାତି ଙ୍କ ଆରାଧ୍ୟ ଦେବତା ଜଂଘା ବଡ଼ ଦେବ ଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି l ବିଶେଷ ରୂପ ରେ ଜଂଘା ବଡ ଦେବ ଜଗନ୍ନାଥ ଙ୍କ ର ଅଂଶ ବୋଲି କୁହା ଯାଏ l କୋଉ ଆଦିମ କାଳ ରୁ ଏହି ଜନଜାତି ଙ୍କ ଦ୍ଵାରା ଏହି ପୂଜା କରା ଯାଉଅଛି l
କେହି କେହି ଏହି ଜାତି ଓ ତାଙ୍କ ଆରାଧ୍ୟ ଦେବତା ଙ୍କ ଉପରେ ଟିପଣୀ ରଖିଲା ବେଳେ କହନ୍ତି,-
ଗଣ୍ଡୁକି ନଦୀ ଉପତ୍ୟକା ରେ ଏହା ଏକ ରାଜ୍ୟ ଯାହା ଏହି ସମ୍ପ୍ରଦାୟ ର ଲୋକ ବସ ବାସ କରୁଥିଲେ l
ଏବଂ ଛତିଶଗଡ, ବିହାର ମଧ୍ୟପ୍ରଦେଶ ଆଦି ରାଜ୍ୟ ରେ ଗୌଣ୍ଡ ରାଜା ଙ୍କ ର ପ୍ରସାଦ ଯାହା ଭଗ୍ନାବଶେଷ ଭାବେ ପଡି ରହିଛି l ଏବେ ବି ଓଡିଶା ରେ ଏହି ସମ୍ପ୍ରଦାୟ ର ଲୋକ କିଛି ଆଦିବାସୀ ଗଣ୍ଡୁଆନା ବୋଲି ଦାବି କରୁଥିବା ବେଳେ ଆଉ କେତେକ କ୍ଷେତ୍ରୀୟ ଷୋଡ଼ ବଂଶୀ ବା ସାଧାରଣ ବର୍ଗ ରେ ରହିଥିବା ର ଦେଖାଯାଏ l
ତେବେ ଦେବଗଡ଼ ଜିଲ୍ଲା ର କଣ୍ଢଳ ପଂଚାୟତ ର ବାଘମୁଣ୍ଡା, ରମ୍ଭେଇ ପଂଚାୟତ ର ଚକୁଳିଆ, କଣ୍ଟାପାଳି ପଂଚାୟତ ର ଟୁସୁଲା, କଣ୍ଟାବାହାଳ ପଂଚାୟତ ର ବ୍ରାହ୍ମଣି ପାଲି ଆଦି ସ୍ଥାନ ରେ ଜଂଘା ପୂଜା ଅନୁଷ୍ଠିତ ହୋଇ ଯାଇଛି l ସ୍ଥାନୀୟ ବିଧାୟକ ରାମଞ୍ଚରଞ୍ଜନ ବିଶ୍ୱାଳ ମଧ୍ୟ ଏହି ପର୍ବ ରେ ସାମିଲ ହୋଇ ପ୍ରଭୁ ଜଂଘା ଦେବ ଙ୍କ ଆଶ୍ରିବାଦ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *