କଥାରେ ଅଛି ପ୍ରେମ ଅନ୍ଧ, ଶାଶ୍ବତ ଏବଂ ନିଷ୍କାମ,ହେଲେ ଆଜିକା ଦିନ ରେ ଅଧିକାଂଶ ଯୁବପିଢ଼ି ମାନେ ଏପରି ପ୍ରେମ କରୁଛନ୍ତି କି ? ନାହିଁ , ଯାହାର ଅନ୍ତ କେତେବେଳେ ହୁଏତ ମୃତ୍ୟୁ ତ ଆଉ କେତେବେଳେ ଜେଲ୍ ର କଳା ଅନ୍ଧାର କୋଠରୀ ଭିତରକୁ ଠେଲି ହୋଇ ଯାଉଛି ଜୀବନ ।
ଭିଓ -୧- କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ପୋଡାମରେଇ ଗାଁ ରେ ଘଟିଛି ଏପରି ଅଭାବନୀୟ ଓ ପ୍ରତାରଣା ର ଘଟଣା | ଏହି ଗାଁ ର ଜଣେ ଶିକ୍ଷିତା ଯୁବତୀ କୁ ଏହି ଥାନା ଅଧୀନସ୍ଥ ଗଉଡ଼ଗୋପ ଗାଁ ର ଅନୀଲ ସେଠୀ ନାମକ ଜଣେ ଯୁବକ ମିଛ ପ୍ରେମ ଜାଲ ରେ ଫସାଇବା ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା ବୋଲି ଅଭିଯୋଗ ହୋଇଛି | ଏହି ଅନ୍ତରଙ୍ଗ ମୁହୂର୍ତ୍ତ ର ସୁଯୋଗ ନେଇ ଅନୀଲ କୌଶଳ କ୍ରମେ, ନିଜର ମୋବାଇଲ ଦ୍ଵାରା ବିଭିନ୍ନ ପ୍ରକାର ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିଲା ପ୍ରେମିକା ର | ଝିଅ ର ପରିବାର ଲୋକେ ଏହି ମିଛ ପ୍ରେମ ସଂପର୍କକୁ ଜାଣିବା ପରେ ଝିଅ କୁ ଘର ଠାରୁ ଦୂର ରେ ରଖିଲେ ହୁଏତ ଝିଅ ବଦଳି ଯିବ ଭାବି,ଘର ଠାରୁ ଦୂରକୁ ପଠାଇ ଦେଇଥିଲେ। ପାରାଦ୍ୱୀପ ଠାରେ ଥିବା ଜଣେ ସମ୍ପର୍କୀୟ ଙ୍କ ଘରେ କିଛିଦିନ ହେବ ଝିଅ କୁ ଛାଡ଼ିଦେଇ ଝିଅ ର ପରିବାର ଲୋକେ କିଛି ଆଶ୍ୱସ୍ତି ନେଇଥିଲେ, ହେଲେ ହଠାତ୍ ଖବର ଆସିଲା ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି | ଖବର ଶୁଣି ପରିବାର ଙ୍କ ପାଦତଳୁ ଯେପରି ମାଟି ଖସିଗଲା ।
ବାଇଟ୍ -୧- ମୃତକ ଯୁବତୀଙ୍କ ମା’
ବାଇଟ୍ -୨- ବାବୁରାମ ସେଠୀ (ସଂପର୍କୀୟ)
ଭିଓ -୨-: ଘଟଣା ରୁ ପ୍ରକାଶ ଯେ, ଘରୁ ଝିଅ କୁ ଅନ୍ୟତ୍ର ପଠାଇବାର ଖବର ପାଇ ସମ୍ପୂକ୍ତ ଯୁବକ ଅନୀଲ ସେଠୀ ଯୁବତୀଙ୍କ ପରିବାର କୁ ଧମକ ଚମକ ଦେବା ସହିତ ଯୁବତୀ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ ଏବଂ ଭିଡ଼ିଓ କୁ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରି ଦେଇଥିଲା | ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ ଓ ଭିଡ଼ିଓ ଭାଇରାଲ୍ ହେବାପରେ ସମ୍ପୂକ୍ତ ଯୁବତୀ ଲୋକଲଜ୍ୟା ଭୟରେ, ଘରେ କେହି ନଥିବାର ସୁଯୋଗ ନେଇ, ଯୁବତୀ ଜଣଙ୍କ ଗତକାଲି ସଂପର୍କୀୟ ଙ୍କ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିବା କଥା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ |
ବାଇଟ୍ -୩- ମଞ୍ଜୁଲତା ସେଠୀ (ସଂପର୍କୀୟ)
ଶେଷ ଭିଓ:- ମୃତ ପରିବାର ପକ୍ଷରୁ ଭଦ୍ରେଶ୍ୱର ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ, ଅଭିଯୋଗ କୁ ଆଧାର କରି ଭଦ୍ରେଶ୍ୱର ଥାନା ପୋଲିସ, କେଶ୍ ନମ୍ବର ୪/୨୦୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତ ଅନୀଲ ସେଠୀ କୁ ଗିରଫ କରି କୋର୍ଟ ଚଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ପ୍ରଶ୍ନ ଉଠୁଛି ଆଜିକାଲିର କିଛି ଯୁବ ପିଢୀ ନିଜର କାମନା ବାସନା ଓ କ୍ଷଣୀକ ସ୍ବାର୍ଥ ପାଇଁ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ଏବଂ ଏଥିପାଇଁ ଜଣଙ୍କୁ ଜୀବନ ହାରିବାକୁ ପଡୁଛି ତେଣୁ ଏହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।