ଜଗତପୁର ସ୍ଥିତ ଇମାମନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୫ବର୍ଷ ଉପଲକ୍ଷେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ ମୋହନ କରଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବରେ ଚୌଦ୍ଵାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ଵାଳ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ମୋଟ ୧୯୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୮୫ଜଣ କୃତି ପ୍ରତିଯୋଗୀ ରହିଥିଲେ। ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଟାଙ୍ଗୀ ବ୍ଲକ୍ ଶିକ୍ଷାଧିକାରୀ କୁନ୍ତଳା ଖଟୁଆ ଯୋଗଦେଇ ବିଦ୍ୟାଳୟରେ ଆୟୋଜିତ କ୍ରୀଡା ଉତ୍ସବ ଦ୍ଵାରା ଛାତ୍ରଛାତ୍ରୀଙ୍କ ଶିକ୍ଷା ଜୀବନ ଶୃଙ୍ଖଳିତ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାହିତ୍ୟିକ ଚନ୍ଦ୍ରମଣି ବେହେରା,ସମାଜସେବୀ ଗନ୍ଧର୍ବ ନାୟକ,କଣ୍ଠଶିଳ୍ପୀ କିଶୋର ବେହେରାଙ୍କୁ ଉତ୍ସବରେ ଅତିଥି ସମ୍ବର୍ଦ୍ଧିତ କରିଥିଲେ।