• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭୁବନେଶ୍ଵର ରୀକ୍ରିଏସନ ହେଲା କ୍ରାଇମ ସୀନ

Spread the love

ଗତ କଲି ଭୂବନେଶ୍ବର ରସୁଲଗଡ ରେ ଘଟି ଯାଇଥିଲା ଏକ ବିଭତ୍ସ ହତ୍ୟା କାଣ୍ଡ । ଦିନ ଦୁଇ ପହରରେ ଶରୀର ମୁଣ୍ଡ କୁ ହାଣିଦେଲେ ଦୁର୍ବତ୍ତ । ଝିଅକୁ ସ୍କୁଲ ଛାଡି ଫେରିବା ବେଳେ ସହଦେବଙ୍କ ନାମକ ବ୍ୟକ୍ତି ଉପରେ ହୋଇଥିଲା ଆକ୍ରମଣ । ଯାହାର କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ଫୋଲିସ। ସୂଚନା ଅନୁସାରେ ଗିରଫ ୩ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଛି। ଧଉଳି ନିକଟ ଦୟାନଦୀ ବ୍ରିଜ ପାଖରେ ସରଜମିନ ତଦନ୍ତ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡାକୁ ସେଠାରେ ଫିଙ୍ଗିଥିଲେ ଅଭିଯୁକ୍ତ। ବୁଧବାର ରସୁଲଗଡ଼-ବାଣୀବିହାର ରାସ୍ତା ଓଭରବ୍ରିଜ ଉପରେ ବୀଭତ୍ସ ହତ୍ୟା ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସହଦେବଙ୍କୁ ମୁଣ୍ଡ କାଟି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହା ପରେ ଘଟଣାର ତଦନ୍ତ ପାଇଁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ପରେ ନୟାଗଡର ଶରଣକୂଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ପୋଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।

Leave a Reply

Your email address will not be published. Required fields are marked *