• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅର୍ଥ ସାଜିଛି ବାଧକ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଘଟଣା ଟି ହେଉଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପଂଚାୟତ ପତରାଜପୁର ଗ୍ରାମର ପ୍ରଫୁଲ୍ଲ ମଲ୍ଲିକ ଙ୍କ ଦୁଃଖ ଯନ୍ତ୍ରଣାର କଥା,
କୁଲା ବାଇଁଷିଆ ବୁଣିଲେ ଚାଲୁଥିଲା ଘର ପ୍ରଫୁଲ୍ଲ ମଲ୍ଲିକଙ୍କର l ଦୁଇ ଦୁଇଟି ଛୋଟ ଝିଅ ଗୋଟିଏ ପୁଅ ଓ ବୁଢ଼ୀ ମାକୁ ନେଇ ସଂସାର ତାଙ୍କର l ପ୍ରାୟ ବାର ବର୍ଷ ହେବ ସ୍ତ୍ରୀ ଚାଲିଗଲେଣି ଆରପାରିକୁ l ପିଲା ମାନଙ୍କୁ ମଣିଷ କରିବା ପାଇଁ ବେଳେବେଳେ ପ୍ରଫୁଲ୍ଲ ସିମେଣ୍ଟ ଗାଡ଼ି ଅଲୋଡିଂ କରିବା ପାଇଁ ଯାଆନ୍ତି l ସିମେଣ୍ଟ ଅଲୋଡିଂ ବେଳେ ଅଘଟଣ ଘଟି ମେରୁଦଣ୍ଡ ହାଡ଼ ଭାଙ୍ଗିଯିବା ସହିତ ପାରା଼ଲିସିସ ହୋଇ ଛ ମାସ ହେବ ଘରେ ପଡି ରହିଛନ୍ତି ପ୍ରଫୁଲ୍ଲ l କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଥିଲେ ସତ କିନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ପଇସା ସରିଗଲା ପରେ ଡାକ୍ତର ଫେରାଇଦେଲେ l ନିରାଶ ହୋଇ ପଡ଼ି ରହିଛନ୍ତି ଘରେ l ଗାଁ ଵାଲା ବନ୍ଧୁ ବାନ୍ଧବ ସମସ୍ତେ କିଛିନା କିଛି ସାହାଯ୍ୟ କଲେ କଣ ହେବ ଦୁଃଖ କିଏ ନେଇଯିବ l ଚିକିତ୍ସା ହିଁ ସବୁ ସମସ୍ୟାର ସମାଧାନ l ଅର୍ଥ ସାଜିଛି ବାଧକ l ଏବେ ସାହାଯ୍ୟ ଅପେକ୍ଷାରେ ପତରାଜପୁରର ପ୍ରଫୁଲ୍ଲ । l କୁନି କୁନି ଝିଅ ଦୁଇଟି ଆଖି ଛଳ ଛଳ l କୁନି ହାତରେ ରୋଷେଇ କରି ବାପାଙ୍କୁ ଖାଇବାକୁ ଦେଉଛନ୍ତି ଆଉ ହାତ ଯୋଡି ଗୁହାରି କରୁଛନ୍ତି ସାହାଯ୍ୟ ପାଇଁ l ଦୁଃଖୀର ଦୁଃଖ କିଏବା ଶୁଣିବ… ହେଲେ ପ୍ରଫୁଲ୍ଲଙ୍କର ଏପରି ଦୁର୍ଦଶା ଖବର ପାଇଁ ସ୍ଥାନୀୟ ସ୍ୱଚ୍ଛାସେବୀ ସଂଗଠନ ମହାବାହୁ ଗ୍ରୁପର ଶିବ ପ୍ରସାଦ ସାମଲଙ୍କ ପ୍ରୟାସ କ୍ରମେ ସୁଦୂର କେଉଁଝର ଜିଲ୍ଲା ଜୟ ଦୁର୍ଗା ଟ୍ରଷ୍ଟ ଅଧକ୍ଷା ଡ଼ ସୁରେଶ୍ୱରୀ ସାଗରୀକା ଜେନା ଧାଇଁ ଆସିଥିଲେ ପ୍ରଫୁଲଙ୍କ ଘରକୁ l କିଛି ରାସନ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ମଧ୍ୟ୍ୟ ଯୋଗାଇ ଦେଇଛନ୍ତି ପ୍ରଫୁଲ୍ଲଙ୍କୁ ଏବଂ ପିଲାମାନଙ୍କ ପାଠ ପଢ଼ା ସାଙ୍ଗକୁ ପ୍ରଫୁଲ୍ଲ କିପରି ଚିକିତ୍ସା ହୋଇପାରିବେ ସେ ଵେବ୍ୟସ୍ଥା କରିବାର ପ୍ରତିଶୃତି ମଧ୍ୟ୍ୟ ଦେଇଛନ୍ତି। ପ୍ରଶ୍ନ ଉଠିଛି ସ୍ଥାନୀୟ ବଡଚଣା ବିଧାୟକଙ୍କ ଏଥିପ୍ରତି କେବେ ପଡ଼ିବ ନଜର, ଯଦି ବିଧାୟକ ମହୋଦୟ ନିଜେ ଫ୍ରଫୁଲ ଙ୍କ ଘରକୁ ଯାଇ ତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇବା ସହିତ କୁନି କୁନି ପିଲାଙ୍କ ଭବିଷ୍ୟତ ପାଇଁ ଉଚିତ୍ ପଦକ୍ଷେପ ନେବା ପାଇଁ ଫ୍ରଫୁଲ ଅନୁରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ,ଓ ସ୍ଥାନୀୟ ବିଧାୟକ ତୁରନ୍ତ ପ୍ରଫୁଲ କୁ ସହଯୋଗ ର ହାତ ବଢାଇଲେ ପ୍ରଫୁଲଙ୍କ ପରିବାର ପୁଣି ଥରେ ହସ ଖୁସି ଫେରିପାନ୍ତା। ଯଦି କୌଣସି ଶ୍ରହୃଦୟ ବେକ୍ତି କିମ୍ବା ସ୍ୱଚ୍ଛl ସେବୀ ଅନୁଷ୍ଠାନ ପ୍ରଫୁଲ ମଲ୍ଲିକଙ୍କୁ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତେ ତେବେ ବିଚରା ପ୍ରଫୁଲ୍ଲ ଓ ତାଙ୍କ ଛୋଟ ଛୋଟ ପିଲାଗୁଡ଼ାକ ସମାଜର ମୂଖ୍ୟ ଶ୍ରୋତକୁ ଫେରି ଆସନ୍ତେ l

Leave a Reply

Your email address will not be published. Required fields are marked *