ପ୍ରଭାଷଙ୍କ ପ୍ରେମରେ ପାଗଳ ହେଲେ ଦୁଇ ଅଭିନେତ୍ରୀ । ଯାହାକୁ ନେଇ ଏବେ ଆରମ୍ଭ ହେଇଛି ଚର୍ଚା । ହଁ ଦର୍ଶକ ବନ୍ଧୁ ବହୁ ଚର୍ଚିତ ସାଉଥ ଅଭିନେତା ପ୍ରଭାସ ଯାହାଙ୍କ ପରିଚୟ ସମସ୍ତଙ୍କୁ ଜଣା । କାରଣ ସେ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଚମତ୍କାର ବ୍ୟକ୍ତିତ୍ୱ ପାଇଁ ମଧ୍ୟ ସାରା ବିଶ୍ୱରେ ଜଣାଶୁଣା । ତେବେ ତାଙ୍କର ସବୁଠାରୁ ଦମଦାର ଚଳଚିତ୍ର ବାହୁବଳି ପରେ ସେ ଲୋକ ମାନଙ୍କ ପାଖରେ ବେଶ ପରିଚିତ ହୋଇ ଯାଇଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଲୋକମାନେ ବହୁତ ପ୍ରଶଂସା କରିଥିଲେ। ତେବେ ଦେଖିବାକୁ ଗଲେ ସେ ‘ଈଶ୍ୱର’ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ, କିନ୍ତୁ ‘ବର୍ଷମ’ ଚଳଚ୍ଚିତ୍ରରୁ ଲୋକପ୍ରିୟତା ପାଇଥିଲେ। ଯାହା ପରେ ସେ ଅନେକ ଯୁବତୀଙ୍କ କ୍ରସ୍ ହୋଇଗଲେ। ହେଲେ ବର୍ତମାନ ପ୍ରଭାସଙ୍କୁ ନେଇ ଏକ ବଡ କଥା ସାମନାକୁ ଆସିଛି । ଶୁଣିବାକୁ ମିଳୁଛି କୁଆଡେ ପ୍ରଭାଷଙ୍କ ପ୍ରେମରେ ପାଗଳ ହୋଇ ଦୁଇ ଅଭିନେତ୍ରୀ ବିବାହ କରି ନାହାନ୍ତି । ହଁ ଆଜ୍ଞା ଜଣଙ୍କ ନା ଅନୁସ୍କା ହେଇଥିବା ବେଳେ ଆଉ ଜଣେ ତିଶା । ବର୍ତ୍ତମାନ ପ୍ରଭାସଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ, କୁହାଯାଉଛି ଯେ ତାଙ୍କ ସହ ପ୍ରେମ କରୁଥିବା ଦୁଇ ଜଣ ପ୍ରସିଦ୍ଧ ଅଭିନେତ୍ରୀ ଏବେ ବି ଏକାକୀ ବସି ପ୍ରଭାସଙ୍କୁ ଅପେକ୍ଷା କରିଛନ୍ତି।ତାଙ୍କ ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କୁ ତାଙ୍କ ନିଜ ଚଳଚ୍ଚିତ୍ରର ଦୁଇ ଅଭିନେତ୍ରୀ ଭଲ ପାଉଛନ୍ତି। ସେମାନଙ୍କ ସହ ପ୍ରଭାସଙ୍କ ଫିଲ୍ମ ମଧ୍ୟ ବହୁତ ହିଟ୍ ହୋଇଛି। କୁହାଯାଏ ଯେ ଅଭିନେତ୍ରୀ ତ୍ରିଶା ପ୍ରଭାସଙ୍କ ପ୍ରେମରେ ପଡି ଏଯାଏ ବିବାହ କରି ନାହାନ୍ତୁ। ତେବେ ଏହି ଖବର କେତେ ସତ ଏବଂ କେତେ ମିଛ ତାହା ଏବେ ବି ଅସ୍ପଷ୍ଟ।ପ୍ରଭାସ ଏହା ପରେ ଅନୁଷ୍କାଙ୍କ ସହ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମରେ କାମ କରିବାକୁ ଲାଗିଲେ। ଲୋକମାନେ ତା’ପରେ ସେମାନଙ୍କ ସମ୍ପର୍କକୁ ନେଇ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କଲେ। ପ୍ରଶଂସକମାନେ ସେମାନଙ୍କ ଯୋଡିର ନାଁ ‘ପ୍ରେନୁଷ୍କା’ ମଧ୍ୟ ରଖିଥିଲେ। ପ୍ରଭାସ ଏବଂ ଅନୁଷ୍କା ‘ବିଲ୍ଲା’, ‘ମିର୍ଚି’, ‘ବାହୁବଲୀ’, ‘ବାହୁବଲୀ ୨’ ଇତ୍ୟାଦି ଅନେକ ସୁପର୍ହିଟ୍ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି।କେବଳ ଏତିକି ନୁହେଁ, ଗୋଟିଏ ସମୟ ଥିଲା ଯେତେବେଳେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ଗୁଜବ ଉଡୁଥିଲା। ଖବର ଅନୁଯାୟୀ, ଉଭୟ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି ଦେଇ ନଥିଲେ, ତେଣୁ ବିବାହ ହୋଇପାରିଲା ନାହିଁ। ତଥାପି, ଦୁହେଁ ସେମାନଙ୍କ ସମ୍ପର୍କକୁ ନେଇ କଦାପି କିଛି କହି ନାହାନ୍ତି। ଅନୁଷ୍କା ମଧ୍ୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ପ୍ରଭାସଙ୍କୁ ବର୍ତ୍ତମାନ ୪୪ ବର୍ଷ ହୋଇଥିଲେ ବି ସେ ମଧ୍ୟ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି। ଏନେଇ ପ୍ରଶଂସକମାନେ ମଧ୍ୟ ତାଙ୍କ ବିବାହକୁ ନେଇ ଖୁବ୍ ଚିନ୍ତାରେ।