• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଭାଗବତ ସଂସ୍ଥାପନା ସମିତି ବାର୍ଷିକ ଉତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ

ByOdishri Khabar

Jan 13, 2025
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଜଗତପୁର ସ୍ଥିତ ନିମପୁର ଶୂନ୍ୟବ୍ରହ୍ମ ଆଶ୍ରମ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଭାଗବତ ସଂସ୍ଥାପନା ସମିତି,ଓଡିଶାର ୧୭ତମ ବାର୍ଷିକ ଉତ୍ସବ ଏହାର ତୃତୀୟ ସନ୍ଧ୍ୟା ଆଧ୍ୟାତ୍ମିକତା ପରିବେଶ ମଧ୍ୟରେ ଶେଷ ହୋଇଛି। ସମିତି ଅଧ୍ୟକ୍ଷ ଶ୍ରୀମଦ ବାୟାବାବାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାସ ସିଂ,ବରେଣ୍ୟ ଅତିଥି ଭାବେ ବାରବାଟୀ-କଟକର ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍,ସମ୍ମାନିତ ଅତିଥି ଭାବେ ଚୌଦ୍ଵାର-କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମନୋଜ କୁମାର ମହାନ୍ତି,କଂଗ୍ରେସ ସଭାନେତ୍ରୀ ଅମ୍ରିତା ଦାସ,ବରିଷ୍ଠ କଂଗ୍ରେସ ନେତା ଅଲେଖ ଚନ୍ଦ୍ର ବେହେରା, ଶଙ୍କରାଚାର୍ଯ୍ୟ ଆଶ୍ରମ ଗୋବର୍ଦ୍ଧନ ପୀଠର ପ୍ରତିନିଧି ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ସମେତ ଆଶ୍ରମର ସଭାପତି ଭିକାରି ସାହୁ, ଉପସଭାପତି ରବୀନ୍ଦ୍ର ମହାନ୍ତି,ମହନ୍ତ ଚାରଣ କାଶୀନାଥ ଦାଶ ପ୍ରମୁଖ ମଞ୍ଚାସିନ ରହିଥିଲେ। ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଆଶ୍ରମର ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲର ସୁରକ୍ଷା,ପଶୁପକ୍ଷୀଙ୍କ ସୁରକ୍ଷା ଓ ସମାଜରେ ପରିଲକ୍ଷିତ ହେଉଥିବା ସମସ୍ୟାର ସମାଧାନ କେବଳ ଭାଗବତ ଅଧ୍ୟୟନ ଦ୍ଵାରା ସମ୍ଭବ ବୋଲି ଅତିଥି ମତବ୍ୟକ୍ତ କରିଥିଲେ। ନୃତ୍ୟରୂପା ଅନୁଷ୍ଠାନର ଗୁରୁ ଅରୂପା ଗାୟତ୍ରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଶେଷରେ ମାଳିକା ବିଶାରଦ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟିଙ୍କ ମୁଖରୁ ଭାଗବତ ରସାମୃତ,ମାଳିକା ସମ୍ବନ୍ଧୀୟ ପ୍ରବଚନ ଶୁଣିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *