ଯୁବ ବର୍ଗଙ୍କୁ କ୍ରୀଡା କ୍ଷେତ୍ରରେ ଆଗକୁ ନେବାପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମିନି ଷ୍ଟାଡିଅମଠାରେ ଆମେ ଓଡିଆ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବାଜିରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଆୟୋଜିତ କାର୍ଯ୍ୟକ୍ରମରେ 16 ଟି ଦଳ ଅଂଶ ଗ୍ରହଣ କରିଥିଲେ l ଆଜି ଦିବସର ପ୍ରଥମlର୍ଦ୍ଧରେ News 7 ସାମ୍ବାଦିକ ମେହେମୁଦ ଖାଁ, odishri khabar ସାମ୍ବାଦିକ ସନ୍ତୋଷ ବେହେରା, ପ୍ରମେୟ ଖବର କାଗଜ ସାମ୍ବାଦିକ ସୁଧାଂଶୁ ଗାଈଗୋରିଆ, argus ସାମ୍ବାଦିକ ସନ୍ତୋଷ ମେହେର ଅତିଥି ଭାବେ ଖେଳାଳୀଙ୍କୁ ପୁଟବଲ ପ୍ରଦାନକରି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା l ଅପରାହ୍ନ ରେ ଆଠମଲ୍ଲିକ ବିଜେପି ନେତା ସଂଜୀବ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ,ରମେଶ ଚନ୍ଦ୍ର ସାଏ,ପ୍ରକାଶ ଡାଙ୍ଗ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଠମଲ୍ଲିକ NAC ପ୍ରତିନିଧି ସନ୍ତୋଷ କୁମାର ହୋତା ପ୍ରମୁଖ ଯୋଗଦେଇଥିଲେ I ଶେଷ ରାଉଣ୍ଡରେ ଟ୍ରାଇବ୍ରେକର ଲଢେଇରେ ଲିପିଲୋଇ ଓ ଲିପ୍ତିଙ୍ଗା ମଧ୍ୟରେ ଲଢେଇ ହୋଇଥିବା ବେଳେ ଲିପ୍ତିଙ୍ଗା ଟିମ ୪/୩ ଗୋଲ ରେ ବିଜେତା ହୋଇଥିଲେ I ଅତିଥି ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରି ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଛନ୍ତି I